fbpx

ପାର୍ବଣ ଋତୁରେ ସାଧାରଣ ଜନତାଙ୍କୁ ବଡ ଝଟକା, ୪୦ ପ୍ରତିଶତ ବୃଦ୍ଧି ପାଇଲା ପ୍ରାକୃତିକ ଗ୍ୟାସର ମୂଲ୍ୟ

ନୂଆଦିଲ୍ଲୀ: ପାର୍ବଣ ଋତୁରେ ସାଧାରଣ ଜନତାଙ୍କୁ ଲାଗିଛି ବଡ ଝଟକା। ପ୍ରାକୃତିକ ଗ୍ୟାସର ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ସର୍ବାଧିକ ହୋଇଛି। ଏହା ସହିତ, ଏବେ ଅନୁମାନ କରାଯାଉଛି ଯେ ଅକ୍ଟୋବର ମାସର ପ୍ରଥମରେ ଅନୁଷ୍ଠିତ ହେବାକୁ ଥିବା ଏଲପିଜିର ସମୀକ୍ଷାରେ ଏଲପିଜିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇପାରେ। କେବଳ ଏତିକି ନୁହେଁ, ବର୍ତ୍ତମାନ ଗ୍ରାହକମାନଙ୍କୁ CNG-PNG ପାଇଁ ଅଧିକ ମୂଲ୍ୟ ଦେବାକୁ ପଡିବ।

ବର୍ତମାନ ଦେଶରେ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ବୃଦ୍ଧି ପାଉଥିବା ବେଳେ ଏବେ ଇନ୍ଧନ ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତାର କାରଣ ହୋଇପାରେ। ପ୍ରତି ୬ ମାସରେ ସରକାର ଏହାର ମୂଲ୍ୟ ସ୍ଥିର କରାଯାଇଥାଏ। ଏହି ସମୀକ୍ଷା ପ୍ରତିବର୍ଷ ୧ ଏପ୍ରିଲ ଏବଂ ୧ ଅକ୍ଟୋବରରେ କରାଯାଇଥାଏ। ବର୍ତ୍ତମାନ ପ୍ରାକୃତିକ ଗ୍ୟାସର ମୂଲ୍ୟ ବୃଦ୍ଧି ସହିତ ସିଏନଜି ମୂଲ୍ୟ ବୃଦ୍ଧି କରାଯାଇପାରିବ ବୋଲି ଅନୁମାନ କରାଯାଉଛି।

ଏହା ବ୍ୟତୀତ ଅଶୋଧିତ ତୈଳର ମୂଲ୍ୟ ଶୁକ୍ରବାର ଦିନ ବୃଦ୍ଧି ପାଇଛି। ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୨୭ ଟଙ୍କା ବୃଦ୍ଧି ପାଇ ୬,୭୨୭ ଟଙ୍କା ହୋଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଅକ୍ଟୋବର ମାସରେ ବିତରଣ ପାଇଁ ଅଶୋଧିତ ତୈଳ ଚୁକ୍ତି ମୂଲ୍ୟ ବୃଦ୍ଧି ପଞ୍ଜିକୃତ ହୋଇଛି। ଅକ୍ଟୋବରରେ ବିତରଣ ପାଇଁ ଚୁକ୍ତିନାମା ୨୭ ଟଙ୍କା ବା ୦.୪ ପ୍ରତିଶତ ବୃଦ୍ଧି ହୋଇ ବ୍ୟାରେଲ ପିଛା ୬,୭୨୭ ଟଙ୍କା ହୋଇଛି।

Get real time updates directly on you device, subscribe now.