fbpx

ମୋର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ଶୀର୍ଷ-୩ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତୀୟ ପ୍ରଦର୍ଶନୀ ସମ୍ମିଳନୀ କେନ୍ଦ୍ର କମ୍ପେ୍ଲକ୍ସକୁ ସମଗ୍ର ଦେଶ ପାଇଁ ସର୍ମିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତିଯେ, ପ୍ରତ୍ୟେକ ଭାରତୀୟ ‘ଭାରତ ମଣ୍ଡପମ’ କୁ ଦେଖି ଖୁସି ଏବଂ ଗର୍ବିତ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଜେପି ସରକାର ଆସିବା ପୂର୍ବରୁ ଅର୍ଥନୀତିରେ ଭାରତ ଦଶମ ସ୍ଥାନରେ ରହିଥିଲା। ଆମର ଦ୍ୱିତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱ ଅର୍ଥନୀତିରେ ପଞ୍ଚମ ସ୍ଥାନକୁ ଆସିଛି। ମୁଁ ଟ୍ରାକ୍ ରେକର୍ଡ ଆଧାରରେ କହୁଛି ଯେ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱ ଅର୍ଥନୀତିର ତୃତୀୟ ସ୍ଥାନରେ ରହିବ। ଏହା ସହ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ଅଧିକ ବିକଶିତ ହେବା ସହ ବିଶ୍ୱ ଅର୍ଥନୀତିର ତୃତୀୟ ସ୍ଥାନରେ ରହିବା ନେଇ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି ।

ମୋଦୀ କହିଛନ୍ତି ,ଗତ ୬୦ବର୍ଷ ମଧ୍ୟରେ ଭାରତରେ ମାତ୍ର୨୦ ହଜାର କିଲୋମିଟର ରାଳ ଲାଇନକୁ ବିଦ୍ୟୁତ କରଣ ହୋଇଥିଲା କିନ୍ତୁ ଗତ ୯ବର୍ଷ ମଧ୍ୟରେ ଏହା ୪୦ହଜାର କିଲୋମିଟରକୁ ବୃଦ୍ଧି ପାଇଛି । ସେହିପରି ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ, ସଭର୍ବ ବୃହତ ଷ୍ଟାଡିୟମ ଆଦି ଭାରତରେ ଅଛି

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ଦିନ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏକ ଐତିହାସିକ ଦିନ । ଆଜି ହେଉଛି କାର୍ଗିଲ ବିଜୟ ଦିବସ । ଦେଶର ଶତ୍ରୁମାନଙ୍କ ଦ୍ୱାରା ଦେଖାଯାଇଥିବା ଦୁଃସାହସକୁ ଭାରତ ମାତାଙ୍କ ପୁଅ-ଝିଅ ମାନେ ସେମାନଙ୍କ ସାହସିକତା ଦ୍ୱାରା ପରାସ୍ତ କରିଥିଲେ । ସମଗ୍ର ଦେଶ ତରଫରୁ ମୁଁ କାର୍ଗିଲ ଯୁଦ୍ଧରେ ବଳୀଦାନ ଦେଇଥିବା ପ୍ରତ୍ୟେକ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି ।

Get real time updates directly on you device, subscribe now.