fbpx
BSKY SKY
BSKY SKY

କେନ୍ଦ୍ର ସରକାରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଜୋରଦାର ଆକ୍ରମଣ, ଆମେ ଜୋଡ଼ିବାକୁ ପ୍ରୟାସ କରୁଛୁ ସେମାନେ ବିଭାଜନର କାମ କରୁଛନ୍ତି

BSKY

ରାଜସ୍ଥାନ: କଂଗ୍ରେସ ପୁର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ମୋଦୀ ସରକାର ଭାରତକୁ ଦୁଇ ଭାଗ କରିବାକୁ ଚାହୁଁଛନ୍ତି । ଆମେ ଯୋଡ଼ିବାକୁ ପ୍ରୟାସ କରୁଥିବା ବେଳେ ସେମାନେ ବିଭାଜନର କାମ କରୁଛନ୍ତି । ଆଜି ରାହୁଲ ଗାନ୍ଧୀ ଗଣେଶ୍ୱର ଧାମରେ ୧୩୨ କୋଟିରେ ନିର୍ମାଣ ହେବାକୁ ଯାଉଥିବା ବ୍ରିଜର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ସେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ।

ରାହୁଲ କହିଥିଲେ ଯେ, କେନ୍ଦ୍ରର ମୋଦୀ ସରକାର ଭାରତକୁ ଦୁଇଭାଗ କରିବାକୁ ଚାହୁଁଛନ୍ତି । ଗୋଟିଏ ଭାରତ ହେଉଛି କୋଟିପତିଙ୍କର ଏବଂ ଆଉ ଗୋଟିଏ ହେଉଛି ଗରିବ, ଦଳିତ ଏବଂ ପଛୁଆ ବର୍ଗଙ୍କର । କିନ୍ତୁ, ଆମେ ଦୁଇଟି ଭାରତ ଚାହୁଁନାହୁଁ । ଆମେ ଗୋଟିଏ ଭାରତ ଚାହୁଁ, ଯେଉଁଠି ସମସ୍ତ ନାଗରିକଙ୍କୁ ନିଜର ସ୍ୱପ୍ନ ପୁରଣ କରିବାକୁ ସୁଯୋଗ ମିଳିବ ।

ରାହୁଲ କହିଛନ୍ତି ଯେ ଏହି ସମୟରେ ଦେଶରେ ଦୁଇଟି ଚିନ୍ତାଧାରାର ଲଢ଼େଇ ହେଉଛି। ଗୋଟିଏ ପ୍ରକାରେ କଂଗ୍ରେସର ଏକ ଆଦର୍ଶ ରହିଛି, ଯାହା ସମସ୍ତଙ୍କୁ ସୁରକ୍ଷା ଦେଇଥାଏ । ଅନ୍ୟପକ୍ଷରେ ଆଦିବାସୀଙ୍କୁ ଦମନ ଏବଂ ବିଲୋପ କରିବା ପାଇଁ କାର୍ଯ୍ୟ କରୁଥିବା ବିଜେପିର ଆଦର୍ଶ ରହିଛି। ଆମେ ଏକ ହେବା ପାଇଁ କାର୍ଯ୍ୟ କରୁ, ସେମାନେ ବିଭାଜନ କରିବାକୁ କାର୍ଯ୍ୟ କରନ୍ତି । ଆମେ ଦୁର୍ବଳମାନଙ୍କୁ ସାହାଯ୍ୟ କରୁ, ସେମାନେ ହାତଗଣତି ଶିଳ୍ପପତିମାନଙ୍କୁ ସାହାଯ୍ୟ କରନ୍ତି । ଆଜି ଭାରତରେ ରୋଜଗାର ନାହିଁ, ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି । ମୁଁ ଖୁସି ଯେ ରାଜସ୍ଥାନ ସରକାର ଗରିବ ଏବଂ ଆଦିବାସୀମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି।

Get real time updates directly on you device, subscribe now.