fbpx
BSKY
BJD SHG SKY
BJD YOUTH SKY

ଆଜି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ୭୦ ପ୍ରତିଶତ ମତଦାନ

ବାଲେଶ୍ୱର,୩ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ସରିଛି । ସନ୍ଧ୍ୟା ୬ଟା ସୁଦ୍ଧା ଦୁଇଟି ଯାକ ଆସନରେ ମୋଟ୍‌ ୭୦ ପ୍ରତିଶତ ମତଦାନ ହୋଇଛି । ତେବେ ନିର୍ଦ୍ଧାରିତ ସମୟ ସୁଦ୍ଧା ବାଲେଶ୍ୱର ସଦରରେ ମତଦାନ ହାର ୭୧ ପ୍ରତିଶତ ହୋଇଥିବା ବେଳେ ତିର୍ତ୍ତୋଲରେ ଏହା ୬୯.୯ ପ୍ରତିଶତ ହୋଇଛି। ଆଜି ତିର୍ତ୍ତୋଲ କିମ୍ବା ବାଲେଶ୍ୱରରେ କେଉଁଠି ବି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିନାହିଁ ବୋଲି ନିର୍ବାଚନର ମୁଖ୍ୟ କହିଛନ୍ତି । ଏହାଛଡା ସମସ୍ତ ମତଦାନ କେନ୍ଦ୍ରରେ କୋଭିଡ ଗାଇଡ଼ ଲାଇନ ମଧ୍ୟରେ ସରିଛି ମତଦାନ । ଏକ ପ୍ରେସମିଟ ଜରିଆରେ ନିର୍ବାଚନର ମୁଖ୍ୟ ଏହା କହିଛନ୍ତି ।

Get real time updates directly on you device, subscribe now.