fbpx

ଶେଷ ପର୍ଯ୍ୟାୟରେ ‘ଭାରତ ଯୋଡ଼ ଯାତ୍ରା’, ସାମିଲ ହେବାକୁ ୨୧ ଦଳର ନେତାଙ୍କୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ପୁର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡ଼ ଯାତ୍ରା’ ଜାନୁଆରୀ ୩୦ ତାରିଖରେ କାଶ୍ମୀରର ଶ୍ରୀନଗରରେ ଶେଷ ହେବ। ‘ଭାରତ ଯୋଡ଼ ଯାତ୍ରା’ର ସମାପ୍ତିରେ ସାମିଲ ହେବା ୨୧ ପାର୍ଟିକୁ ଚିଠି ଲେଖାଯାଇଛି । କଂଗ୍ରେସ ସହିତ ସମାନ ବିଚାରଧାରା ରଖୁଥିବା ୨୧ ଦଳକୁ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭାରତ ଯୋଡ଼ ଯାତ୍ରାର ଶେଷରେ ସାମିଲ ହେବା ପାଇଁ ଚିଠି ଲେଖାଯାଇଛି । ଚିଠିରେ ମୁଁ ଆପଣଙ୍କ ସକରାତ୍ମକ ଉତ୍ତର ପାଇଁ ଏବଂ ଶ୍ରୀନଗରରେ ଦେଖା ହେବା ପାଇଁ ଉତ୍ସୁକତାର ସହିତ ଅପେକ୍ଷା କରିଛି।

ଘୃଣା ଏବଂ ସମାଜରେ ବ୍ୟାପିବା ସହିତ ବେକାରୀ ଏବଂ ମୁଦ୍ରାସ୍ଫୀତି ବିରୁଦ୍ଧରେ ଏହି ଯାତ୍ରା ବୋଲି ରାହୁଲ ଗାନ୍ଧୀ ଏହି ଯାତ୍ରାର ବିଭିନ୍ନ ସମୟରେ କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ଏହି ପଦଯାତ୍ରା ଅନୁତାପ ଏବଂ ଆତ୍ମ-ଚିନ୍ତାଧାରା ପାଇଁ ଅଟେ। ଏହି ଯାତ୍ରାର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ଲୋକମାନେ ଦେଶର ପ୍ରକୃତ ସ୍ୱର ଶୁଣିବା ଉଚିତ୍। ପୁର୍ବରୁ ଭାରତ ଯୋଡ଼ ଯାତ୍ରା ସମୟରେ ଦେଶରେ ବିଭିନ୍ନ ରାଜ୍ୟରେ ଅନେକ ଦଳର ନେତାମାନେ ରାହୁଲ ଗାନ୍ଧୀଙ୍କ ସହିତ ଏହି ଯାତ୍ରାରେ ସାମିଲ ହୋଇଥିଲେ।

ତେବେ ତାମିଲନାଡୁର କନ୍ୟାକୁମାରୀରୁ ୭ ସେପ୍ଟେମ୍ବର ୨୦୨୨ ରେ ଆରମ୍ଭ ହୋଇଥିବା ‘ଭାରତ ଯୋଡା ଯାତ୍ରା’ ଜାନୁଆରୀ ୨୦, ୨୦୨୩ ରେ ଶ୍ରୀନଗରରେ ଶେଷ ହେବ । ଏହି ଯାତ୍ରା ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହରିୟାଣା ଭଳି ରାଜ୍ୟ ଦେଇ ଯାଇଛି ।

Get real time updates directly on you device, subscribe now.