fbpx

ଉପାସରେ ମହାପ୍ରଭୁ ଲିଙ୍ଗରାଜ, ୨୦୨୦ ମସିହାରୁ ଲାଗି ରହିଥିବା ଏହି ବିବାଦର ହୋଇପାରୁନାହିଁ ସମାଧାନ

ଭୁବନେଶ୍ୱର: ଶ୍ରାବଣ ଶେଷ ସୋମବାରରେ ଶୈବପୀଠରେ ଭକ୍ତିଙ୍କ ଭିଡ ପରିଲକ୍ଷିତ ହୋଇଛି। ଶୈବପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପବିତ୍ର ଜଳରେ ବାବାଙ୍କୁ ଅଭିଷେକ କରିଥିଲେ କାଉଡ଼ିଆ। ତେବେ ଏହାପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଦେଖିବାକୁ ମିଳିଥିଲା ସମସ୍ୟା। ଗତକାଲି ଭଳି ଆଜି ବି ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି।

ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତି କିଏ କରିବେ? ବଡୁ ନିଯୋଗ ନା ପୂଜାପଣ୍ଡା ? ୨୦୨୦ ମସିହାରୁ ଲାଗି ରହିଥିବା ଏହି ବିବାଦର ସମାଧାନ ହୋଇପାରୁନାହିଁ। ଫଳରେ ଗତ ତିନି ବର୍ଷ ହେବ ମନ୍ଦିରରେ ପବିତ୍ରାରୋପଣ ନୀତି ସମ୍ଭବ ହେଉନାହିଁ। ଚଳିତ ବର୍ଷ ମଧ୍ୟ ଏହି କାରଣରୁ ପୂର୍ବ ବର୍ଷମାନଙ୍କ ପରି ଗତକାଲି ସଂଧ୍ୟାରୁ ପ୍ରଭୁଙ୍କ ନୀତିକୁ ବନ୍ଦ କରି ଦିଆଯାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

 

Get real time updates directly on you device, subscribe now.