fbpx

ଦିଲ୍ଲୀ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ଏପରି ନିର୍ଦ୍ଦେଶ ଦେଲେ ଜଳମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳୁଛି ଜଳ ସଙ୍କଟର ଭୟଙ୍କର ଚିତ୍ର । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ଜୋନରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଡିଭିଜନାଲ ମାଜିଷ୍ଟ୍ରେଟ ସ୍ତରର ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ସେମାନଙ୍କ ସହ ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଏକ ଟିମ୍ ରହିବେ । ସେମାନେ ‘କ୍ୱିକ୍ ରେସପନ୍ସ ଟିମ୍’ ଭାବେ କାମ କରିବେ । ଏହି ଟିମ୍ ପାଣି ସମସ୍ୟା ଓ ପାଣି ଟାଙ୍କି ଅଭିଯୋଗ ପାଇବା ପରେ ତୁରନ୍ତ ସମାଧାନ କରିବେ ।

ଦିଲ୍ଲୀ ଜଳ ମନ୍ତ୍ରୀ ଆତିଶୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହି ଟିମ୍ଗୁଡ଼ିକ ‘ମୁଖ୍ୟ ଜଳ ବଣ୍ଟନ ବ୍ୟବସ୍ଥା’ର ତଦାରଖ ଓ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଏହି ଟିମ୍ ମୁଖ୍ୟ ଜଳ ପାଇପ୍ ଲାଇନ୍ ଯାଞ୍ଚ କରିବା ସହ ଯେପରି ପାଣି ଲିକ୍ ନହୁଏ ସେଥିପ୍ରତି ଦୃଷ୍ଟି ଦେବ। ଯଦି କେଉଁଠି ପାଣି ଲିକ୍ ହେଉଛି, ତେବେ ୧୨ ଘଣ୍ଟା ମଧ୍ୟରେ ଏହାର ମରାମତି କରିବାକୁ ପଡ଼ିବ । ଏ ନେଇ ଦୈନିକ ସନ୍ଧ୍ୟା ୫ଟା ସୁଦ୍ଧା ‘କ୍ୱିକ୍ ରେସପନ୍ସ ଟିମ୍’ ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନର ରିପୋର୍ଟ ତାଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ମଧ୍ୟ ଆତିଶୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.