ଆୟକର ବିଭାଗ ଜାରି କଲା ନୂଆ ଗାଇଡଲାଇନ୍ସ: ଏଣିକି ସେଭିଙ୍ଗିସ ଆକାଉଣ୍ଟରେ ୫୦ ହଜାରରୁ ଅଧିକ ଅର୍ଥ ଜମା କଲେ ପ୍ୟାନ୍ ଦେବାକୁ ପଡ଼ିବ
ନୂଆଦିଲ୍ଲୀ: ଭାରତରେ ସେଭିଙ୍ଗିସ ଆକାଉଣ୍ଟସ ଖୋଲିବା ପାଇଁ କୌଣସି କଟକଣା ନଥାଏ । ସେଥିପାଇଁ ଅଧିକାଂଶ ଲୋକ ଏହି ଖାତାରେ ନିଜର ଅର୍ଥକୁ ରଖିଥାନ୍ତି । ସେଭିଙ୍ଗିସ ଖାତାରେ ନିଜର ଉପାର୍ଜିତ ଅର୍ଥକୁ ରଖିଲେ ତାହା ସୁରକ୍ଷିତ ରହିଥାଏ । ଏହି ଜମା ଅର୍ଥ ଉପରେ ବ୍ୟାଙ୍କ ପକ୍ଷରୁ ସୁଧ ପ୍ରଦାନ କରାଯାଇଥାଏ । ବିନା ପ୍ୟାନ କାର୍ଡରେ ଜଣେ ଅଣନିୟମିତ ନଗଦ ଜମାକାରୀ ଏହି ଆକାଉଣ୍ଟରେ ୨.୫୦ ଲକ୍ଷ ପର୍ଯ୍ୟନ୍ତ ଅର୍ଥ ଜମା କରିପାରିବେ । ଆଜିର ସମୟରେ ଦେଶର, ଯୁବକ, ମହିଳା, ଶିଶୁ ଓ ବୟସ୍କଙ୍କ ନାମରେ ସେଭିଙ୍ଗସ ଆକାଉଣ୍ଟ ରହିଛି ।
ତେବେ ସେଭିଙ୍ଗସ ଆକାଉଣ୍ଟରେ ଅର୍ଥ ଜମା କରିବା ପାଇଁ ମଧ୍ୟ ଏକ ସୀମା ରହିଥାଏ । ଏହି ସୀମାରୁ ଅଧିକ ଅର୍ଥ ଜମା ରଖିଲେ ତାହା ଜଣେ ଗ୍ରାହକଙ୍କ ପାଇଁ ସମସ୍ୟ।।ର କାରଣ ପାଲଟିଥାଏ । ତେଣୁ ଏନେଇ ନିକଟରେ ଆୟକର ବିଭାଗ ପକ୍ଷରୁ ସେଭିଙ୍ଗସ ଆକାଉଣ୍ଟ ସମ୍ବନ୍ଧରେ କିଛି ନୂଆ ନିୟମାବଳୀ ଜାରି କରାଯାଇଛି । ଏଣିକି ୫୦ ହଜାର ଟଙ୍କାରୁ ଅଧିକ ଜମା କଲେ ଆପଣଙ୍କୁ ନିଜର ପ୍ୟାନ ପ୍ରଦାନ କରିବାକୁ ପଡ଼ିବ । ପ୍ରତିଦିନ ୧ ଲକ୍ଷ ପର୍ଯ୍ୟନ୍ତ ଜମା କରାଯାଇପାରିବ । ଅଣ-ନିୟମିତ ନଗଦ ଜମାକାରୀ ବିନା ପ୍ୟାନରେ ୨.୫୦ ଲକ୍ଷ ପର୍ଯ୍ୟନ୍ତ ଜମା କରିପାରିବେ । ସେହିପରି କରଦାତାଙ୍କ ପାଇଁ ସମସ୍ତ ଖାତାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ ସର୍ବାଧିକ ୧୦ ଲକ୍ଷ ପର୍ଯ୍ୟନ୍ତ ଜମା କରିପାରିବେ ।
ଏକ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କାରୁ ଅଧିକ ଜମା ରାଶି ଆୟକର ବିଭାଗର ଯାଞ୍ଚ ଅଧିନରେ ରହିଛି । ଖାତାଧାରୀଙ୍କୁ ନିଜର ଆୟକର ରିଟର୍ଣ୍ଣରେ ଏହି ବୃହତ ପରିମାଣର ଜମା ରାଶି ପାଇଁ ସନ୍ତୋଷଜନକ ସ୍ପଷ୍ଟିକରଣ ଦେବାକୁ ପିବ । ଏପରି ନକଲେ ଗ୍ରାହକଙ୍କୁ ଜରିମାନା ଲାଗିପାରେ ଓ କର ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇପାରେ ।