fbpx

ବଜେଟ୍‍ରେ ଆୟକର ସୀମା ବୃଦ୍ଧି; ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଛାଡ଼

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଜି ସଂସଦରେ ସାଧାରଣ ବଜେଟ୍‍ ଆଗତ କରିଛନ୍ତି। ଏହି ବଜେଟ୍‍ରେ ଅନେକଗୁଡ଼ିଏ କ୍ଷେତ୍ର ପାଇଁ ବିଭିନ୍ନ ଯୋଜନାର ଘୋଷଣା କରାଯାଇଛି। ଆଜି ଆଗତ ସାଧାରଣ ବଜେଟ୍‍ରେ ଆୟକର ରିହାତି ସୀମା ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଛନ୍ତି ଯେ ବର୍ତ୍ତମାନ ୭ ଲକ୍ଷରୁ କମ୍ ରୋଜଗାର କରୁଥିବା ଲୋକଙ୍କୁ କୌଣସି ଆୟକର ଦେବାକୁ ପଡିବ ନାହିଁ। ଅବଶ୍ୟ, ଏହି ସୁବିଧା କେବଳ ନୂତନ ଟିକସ ବ୍ୟବସ୍ଥା ପାଇଁ ଚୟନ କରୁଥିବା ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହେବ। ଏଥିସହିତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ସମସ୍ତଙ୍କ ଉପରେ ଆୟକର ଆଦାୟ କରାଯିବ ନାହିଁ।

ତେବେ ୩ ଲକ୍ଷ ରୁ ୬ ଲକ୍ଷ ଯାଏଁ ୫ ପ୍ରତିଶତ, ୬ରୁ ୯ ଲକ୍ଷ ଯାଏଁ ୧୦ ପ୍ରତିଶତ, ୯ ରୁ ୧୨ ଲକ୍ଷ ଯାଏଁ ୧୫ ପ୍ରତିଶତ, ୧୨ ରୁ ୧୫ ଲକ୍ଷ ଯାଏ ୨୦ ପ୍ରତିଶତ ଏବଂ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ ନିମନ୍ତେ ୩୦ ପ୍ରତିଶତ ଆୟକର ଦେବାକୁ ପଡିବ।

Get real time updates directly on you device, subscribe now.