fbpx

WTC ଫାଇନାଲ: ସରିଲା ତୃତୀୟ ଦିନର ଖେଳ, ଅଷ୍ଟ୍ରେଲିଆ ୨୯୬ ରନରେ ଅଗ୍ରଣୀ

ଲଣ୍ଡନ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ସ୍କୋର ୪୬୯ରନ୍ ଜବାବରେ ଭାରତ ପ୍ରଥମ ଇନିଂସରେ ୨୯୬ ରନ କରି ଅଲଆଉଟ ହୋଇଯାଇଛି । ଏହା ସହିତ ଅଷ୍ଟ୍ରେଲିଆ୧୭୩ ରନର ଅଗ୍ରଣୀ ହୋଇଛି । ତେବେ ଅଷ୍ଟ୍ରେଲିଆ ପୁଣି ଦ୍ୱିତୀୟ ଇନିଂସ ଆରମ୍ଭ କରି ଦ୍ୱିତୀୟ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ ୪ୱିକେଟ ବିନିମୟରେ ୧୨୩ରନ୍ କରିଥିବାରୁ ମୋଟ ୨୯୬ରନ୍ ଆଗୁଆ ହୋଇଛି ।

ଲଗାତର ୱିକେଟ ହରାଇ ଭାରତ ଫଲୋଅନ ଆଶଙ୍କାରେ ପଡିଥିବା ବେଳେ ଆଜିଙ୍କ୍ୟ ରାହାଣେ ଓ ଶାର୍ଦ୍ଦୁଲ ଠାକୁର ଲଢୁଆ ଖେଳ ପ୍ରଦର୍ଶନ ଯୋଗୁଁ ବର୍ତ୍ତି ଯାଇଥିଲା । ରାହାଣେ ୮୯, ଶାର୍ଦ୍ଦୁଲ ୫୧ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନ୍ସ ୩ଟି ୱିକେଟ ନେଇଥିବାବେଳେ କାମେରୁନ ଗ୍ରୀନ, ମିଚେଲ ଷାର୍କ ଓ ସ୍କଟ ବୋଲାଣ୍ଡ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ଟ୍ରେଭିସ ହେଡ୍ ୧୮ ଓ ଷ୍ଟିଭେନ ସ୍ମିଥ୍ ୩୪ରନ୍‌ରେ ଆଉଟ ହୋଇଥିବା ବେଳେ ଓପନର ଉସମାନ ଖାୱଜା ୧୩, ଡେଭିଡ ୱାର୍ଣ୍ଣର ୧ ରନ୍‌ରେ ଆଉଟ ହୋଇଛନ୍ତି ।

Get real time updates directly on you device, subscribe now.