fbpx

IND vs NZ ସେମି ଫାଇନାଲ; ଷ୍ଟାଡିୟମରେ ଦର୍ଶକଙ୍କୁ ମିଳିବନି ଏଣ୍ଟ୍ରି: ଜାଣି ରଖନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

AAKASH

ନୂଆଦିଲ୍ଲୀ: ଆସନ୍ତାକାଲି ବିଶ୍ୱକପ-୨୦୨୩ର ପ୍ରଥମ ସେମି ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ । ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ପ୍ରଦର୍ଶନ ଖୁବ ସୁନ୍ଦର ରହିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ସେତେଟା ଭଲ ନାହିଁ । ରୋହିତ ସେନା ଉପରେ ଭାରତୀୟ ଫ୍ୟାନ୍ସମାନେ ଅନେକ ଆଶା କରି ରହିଛନ୍ତି । ତେବେ ସେମି ଫାଇନାଲ ପୂର୍ବରୁ କ୍ରିକେଟପ୍ରେମୀଙ୍କ ପାଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେମି ଫାଇନାଲ ଦେଖିବା ପାଇଁ ଦର୍ଶକଙ୍କ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳି ନ ପାରେ । ତେଣୁ ଏହି ବଡ଼ ମ୍ୟାଚର ଟିକେଟକୁ ନେଇ ବର୍ତ୍ତମାନ ଗ୍ରାଉଣ୍ଡରେ ସମସ୍ୟା ସୃଷ୍ଟି ହୋଇଛି ।

ମୁମ୍ବାଇର ଡିସିପି ଜୋନ-୧ ପ୍ରବୀଣ ମୁଣ୍ଡେ କହିଛନ୍ତି ଯେ, ସେମି ଫାଇନାଲ ମ୍ୟାଚ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି । ତେଣୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ପାଟିତୁଣ୍ଡ ବା ଅନ୍ୟାନ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଅଫିସର ଷ୍ଟାଫଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଥିବା କହିଛନ୍ତି ଡିସିପି ପ୍ରବୀଣ ମୁଣ୍ଡେ । ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ ସମୟରେ ଷ୍ଟାଡିୟମରେ ୧୨୦ ଅଫିସର ଏବଂ ୬୦୦ ଜଣ ପୋଲିସ ଯବାନ୍ ନିୟୋଜିତ ରହିବେ । ସେ କହିଛନ୍ତି ଯେ, ଷ୍ଟାଡିୟମରେ ମୋଟ ୬ଟି ଗେଟ୍ ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବନ୍ଦୋବସ୍ତ ମଧ୍ୟ ହୋଇଛି । ତେଣୁ ଟିକେଟ ନଥିବା କୌଣସି ବ୍ୟକ୍ତି ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ ନାହିଁ ।

ତେବେ ଦର୍ଶକମାନଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ମୁମ୍ବାଇ ପୋଲିସ । ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲ ମ୍ୟାଚ ମଧ୍ୟାହ୍ନ ୨ଟାରେ ଆରମ୍ଭ ହେବାକୁ ଥିବା ବେଳେ ଯଥେଷ୍ଟ ସମୟ ପୂର୍ବରୁ ଷ୍ଟାଡିୟମରେ ପହଞ୍ଚିବାକୁ କୁହାଯାଇଛି । ତେଣୁ ୧୧.୩୦ ପୂର୍ବରୁ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ । ସେମି ଫାଇନାଲ ମ୍ୟାଚ ଟିକେଟ ବ୍ଲାକ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ଜୋନ୍ ଡିସିପି ଗିରଫ କରିଛନ୍ତି ।

Get real time updates directly on you device, subscribe now.