fbpx
BSKY
BJD YOUTH SKY
BJD MS SKY

IND vs SA, 1st T20: ବର୍ଷା ପାଇଁ ବିଳମ୍ବ ହେଉଛି ଟସ୍‌ ପଡ଼ିବା

ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହେଉଛି ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଅଭିଯାନ। ତେବେ ଏହି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଡର୍ବାନର କିଙ୍ଗ୍‌ସମେଡ ଷ୍ଟାଡିୟମରେ ଖେଳାଯିବ। ହେଲେ ଡର୍ବାନରେ ବର୍ଷା ଜାରି ରହିଛି। ଯାହା ଫଳରେ ଟସ୍‌ ପଡ଼ିବାରେ ବିଳମ୍ବ ହେଉଥିବା ସୂଚନା ମିଳିଛି।

ସୂଚନା ଥାଉକି, ଏହି ଟି-୨୦ ସିରିଜରେ ଭାରତୀୟ ଦଳର ଅଧିନାୟକ ଭାର ସୂର୍ୟ୍ୟକୁମାର ଯାଦବ ସମ୍ଭାଳିଛନ୍ତି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଘରୋଇ ଟି -୨୦ ସିରିଜରେ ମଧ୍ୟ ଭାରତୀୟ ଦଳ ତାଙ୍କ ନେତୃତ୍ୱରେ ବହୁତ ଭଲ ପଦର୍ଶନ କରିଥିଲା। ଉକ୍ତ ସିରିଜରେ ଭାରତୀୟ ଦଳ ୪-୧ ର ଦୃଢ଼ ବିଜୟ ହାସଲ କରିଥିଲା। ଅନ୍ୟପଟେ ପୂର୍ବରୁ ଡର୍ବାନରେ ଭାରତର ଭଲ ରେକର୍ଡ ରହିଛି। ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୫ ଟି -୨୦ ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୩ ଟି ଜିତିଥିଲା ଓ ଆଉ ଗୋଟିଏ ମ୍ୟାଚ୍ ଡ୍ର ହୋଇଥିଲା। ଅପରପକ୍ଷେ ଦକ୍ଷିଣ ଆଫ୍ରିକା କେବଳ ଗୋଟିଏ ମ୍ୟାଚ ଜିତିଥିଲା। ତେବେ ଏହି ଗ୍ରାଉଣ୍ଡରେ କେବଳ ଗୋଟିଏ ମ୍ୟାଚ୍ (୨୦୦୭ ଟି -୨୦ ବିଶ୍ୱକପ୍) ଖେଳାଯାଇଥିଲା, ଯେଉଁଥିରେ ଭାରତ ୩୭ ରନରେ ଜିତିଥିଲା।

ତେବେ ଏହି ମ୍ୟାଚରେ ଭାରତୀୟ ଦଳ ପକ୍ଷରୁ ଯଶସ୍ଵୀ ଜୟସ୍ୱାଲ, ଶୁବମନ ଗିଲ୍‌, ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର, ସୂର୍ୟ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଜିତେଶ ଶର୍ମା (ୱିକେଟରକ୍ଷକ), ରବୀନ୍ଦ୍ର ଜାଡ଼େଜା, ଦୀପକ ଚହର, କୁଲଦୀପ ଯାଦବ/ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ/ମୁକେଶ କୁମାର ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି।

ସେହିପରି ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଜା ହେଣ୍ଡ୍ରିକ୍ସ, ମାଥ୍ୟୁ ବ୍ରିଜକେ, ଐଦେନ ମାରକ୍ରମ (ଅଧିନାୟକ), ତ୍ରିଷ୍ଟାନ ଷ୍ଟବ୍ସ/ହେନରିକ୍ କ୍ଲାସେଁ (ୱିକେଟରକ୍ଷକ), ଡେଭିଡ୍ ମିଲର୍‌, ଡୋନୋଭାନ ‌ଫେରେଇରା, ମାର୍କୋ ୟାନସେନ୍‌/ଆନ୍ଦିଲ ଫେଲୁକ୍ଵାୟୋ, କେଶବ ମହାରାଜ, ଗେରାଲ୍ଡ କୋଏତଜି, ନନ୍ଦ୍ରେ ବର୍ଜର, ତାବ୍ରାଇଜ୍ ସାମସି ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି।

 

Get real time updates directly on you device, subscribe now.