fbpx

Ind vs SL 3rd T20: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତି, ସିରିଜ ଜିତିବା ଲକ୍ଷ୍ୟରେ ଉଭୟ ଦଳ

ରାଜକୋଟ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ରାଜକୋଟରେ ଖେଳାଯାଉଛି । ତୃତୀୟ ମ୍ୟାଚ୍‌ରେ ଭାରତର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି । ଭାରତୀୟ ଟିମ୍ ବିନା କୌଣସି ପରିବର୍ତ୍ତନରେ ପଡ଼ିଆକୁ ଓହ୍ଲାଇଛି । ଅନ୍ୟପଟେ ଶ୍ରୀଲଙ୍କା ଗୋଟିଏ ପରିବର୍ତ୍ତନ ସହିତ ମ୍ୟାଚ୍ ଖେଳୁଛି ।

ବ୍ୟାଟ୍‌ରେ ସଂଘର୍ଷ କରୁଥିବା ଭାନୁକା ରାଜପକ୍ଷଙ୍କ ଅବିସ୍କା ଫର୍ଣ୍ଣାଣ୍ଡୋଙ୍କୁ ଶ୍ରୀଲଙ୍କା ଦଳରେ ସାମିଲ କରିଛି । ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଦୁଇ ରନ୍‌ରେ ବିଜୟ ହାସଲ କରିଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଦୃଢ଼ ପ୍ରତ୍ୟାବର୍ତ୍ତନ କରି ୧୬ ରନ୍‌ରେ ବିଜୟ ଲାଭ କରିଥିଲା ।

ତେବେ ଶେଷ ମୁକାବିଲାରେ ଭାରତ ଏହାର ବୋଲିଂ ବିଭାଗଠାରୁ ଭଲ ପ୍ରଦର୍ଶନ ଆଶା ରଖିବ । ସହିପରି ଦ୍ୱିତୀୟ ମ୍ୟାଚ୍‌ରେ ୫ଟି ନୋ ବଲ୍ ପକାଇଥିବା ଅର୍ଶଦୀପଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

Get real time updates directly on you device, subscribe now.