fbpx
BSKY SKY
BSKY SKY

BIG BREAKING: ପୁଣି ଭାରତ-ଅଷ୍ଟ୍ରେଲିଆ ମୁକାବିଲା, ଟସ ଜିତିଲା ଭାରତ

BSKY

ଓଡିଶା ଭାସ୍କର; ବିଶ୍ୱକପ ମହାଲଢେଇ ପରେ ଆରମ୍ଭ ହୋଇଛି ଟି-୨୦ ମୁକାବିଲା। ଆଜି ବିଶାଖାପାଟଣାମରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ। ତେବେ ପ୍ରଥମେ ଟସ ଜିତି ବୋଲିଂର ନିଷ୍ପତି ନେଇଛି ଭାରତ। ଯାହାକୁ ନେଇ ବର୍ତ୍ତମାନ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ।

ସୂଚନା ଥାଉକି, ଦିନିକିଆ ବିଶ୍ୱକପ ୨୦୨୩ରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତକୁ ପରାସ୍ତ କରି ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ ଦଳ। ଏହା ପରେ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ। ବିଶାଖାପଟନମ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଏହା ହେଉଛି ଟି-୨୦ର ପ୍ରଥମ ମ୍ୟାଚ। ନୂଆ ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ସହ ମୁକାବିଲା କରିବା ପାଇଁ ମୈଦାନକୁ ଓହ୍ଲାଇଛି ଭାରତୀୟ ଦଳ। ତେବେ ବିଶ୍ୱକପ ପରାଜୟ ପରେ ଟି-୨୦ ସିରିଜରେ ଅଷ୍ଟ୍ରେଲିଆକୁ ବାଜିମାତ କରିବା ଲକ୍ଷ୍ୟ ନେଇ ପଦର୍ଶନ ଜାରି ରଖିବ ଟିମ୍ ଇଣ୍ଡିଆ।

Get real time updates directly on you device, subscribe now.