fbpx
BSKY
BJD SHG SKY
BJD YOUTH SKY

WTC ବିଶ୍ୱ ରାଙ୍କିଙ୍ଗରେ ପାକିସ୍ତାନ ଓ ବାଂଲାଦେଶ ତଳକୁ ଖସିଲା ଭାରତ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ହାରିବା ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଶୋଚନୀୟ ଭାବେ ଗୋଟିଏ ଇନିଂସ ଓ ୩୨ ରନରେ ପରାଜୟ ବରଣ କରିବା ଏବେ ଦଳକୁ ମହଙ୍ଗା ପଡ଼ିଛି । ଭାରତ ଏହି ଟେଷ୍ଟ ମ୍ୟାଚରେ ପରାସ୍ତ ହେବା ଫଳରେ ୨୦୨୩-୨୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲରେ ଭାରତକୁ ଲାଗିଛି ଏକ ବଡ଼ ଝଟକା । ବିଶ୍ୱ ରାଙ୍କିଙ୍ଗରେ ଭାରତ ତଳକୁ ଖସିଆସିଥିବା ବେଳେ ପାକିସ୍ତାନ ଉପରକୁ ଉଠିଛି ।

ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ୧୨ ପଏଣ୍ଟ ଓ ୧୦୦ ପଏଣ୍ଟସ ପରସେଣ୍ଟ ସିଷ୍ଟମ (ପିସିଟି) ସହ ଟପରେ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ୨୨ ପଏଣ୍ଟ ଓ ୬୧.୧୧ ପିସିଟି ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୧୨ ପଏଣ୍ଟ ଓ ୫୦ ପିସିଟି ସହ ତୃତୀୟ ସ୍ଥାନରେ ରହିଛି । ବାଂଲାଦେଶ ୧୨ ପଏଣ୍ଟ ଓ ୫୦ ପିସିଟି ସହ ଚତୁର୍ଥ ସ୍ଥାନରେ ଓ ଭାରତ ୧୬ ପଏଣ୍ଟ ଓ ୪୪.୪୪ ପିସିଟି ସହ ପଞ୍ଚମ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୩୦ ପଏଣ୍ଟ ଓ ୪୧.୬୭ ପିସିଟି ସହ ଷଷ୍ଠ ସ୍ଥାନରେ ରହିଛି ।

ଅନ୍ୟ ଟିମଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ ୪ ପଏଣ୍ଟ ଓ ୧୬.୬୭ ପିସିଟି ସହ ୭ମ ସ୍ଥାନରେ ରହିଥିବା ବେଳେ ୯ ପଏଣ୍ଟ ଓ ୧୫ ପିସିଟି ସହ ଇଂଲଣ୍ଡ ୮ମ ସ୍ଥାନରେ, ଶ୍ରୀଲଙ୍କା କୌଣସି ପଏଣ୍ଟ ଓ ପିସିଟି ନପାଇ ୯ମ ସ୍ଥାନରେ ରହିଛି । ଟପ ଦୁଇଟି ସ୍ଥାନରେ ରହିଥିବା ଟିମ୍ ଆଗାମୀ ଡବ୍ଲ୍ୟୁଟିସି ଫାଇନାଲ ଖେଳିବେ । ୨୦୧୯-୨୧ ସଂସ୍କରଣରେ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଥିବା ବେଳେ ୨୦୨୧-୨୩ରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । ଦୁଇଟି ଯାକ ସଂସ୍କରଣରେ ଭାରତ ରନର୍ସ ଅପ୍ ହୋଇଥିଲା ।

Get real time updates directly on you device, subscribe now.