fbpx

ଦ୍ୱିତୀୟ ଦିନିକିଆରେ ପଲଟି ମାରିଲା ରୋହିତ ସେନା: ଷ୍ଟାର୍କ ଆଟାକରେ ଫସିଲେ ୫ ଖେଳାଳି

ବିଖାଖାପଟନା ପ୍ରଥମ ଦିନିକିଆ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିଛି ଅଷ୍ଟ୍ରେଲିଆ ଟିମ୍ । ଭାରତର ବ୍ୟାଟିଂ ଅର୍ଡରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାରେ ସଫଳ ହୋଇଛି ଅଷ୍ଟ୍ରେଲିଆର ବୋଲିଂ ଆଟାକ । ଅଷ୍ଟ୍ରେଲିଆର ପେସ ବୋଲରଙ୍କୁ ସାମନା କରିବାରେ ବିଫଳ ହୋଇଛି ଭାରତୀୟ ସେନା । ଫଳରେ ମାତ୍ର ୧୧୭ ରନରେ ଅଲଆଉଟ ହୋଇଛି ଟିମ ଇଣ୍ଡିଆ । ବର୍ତ୍ତମାନ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୫୦ ଓଭରରେ ୧୧୮ ରନର ଲକ୍ଷ୍ୟ ମିଳିଛି ।

ଟସ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ବୋଲିଂ ନିଷ୍ପତ୍ତି ଏକଦମ ସଠିକ ସାବ୍ୟସ୍ତ ହୋଇଛି । ମାତ୍ର ୨୬ ଓଭରରେ ହିଁ ଭାରତର ସମସ୍ତ ୱିକେଟ ହାସଲ କରିଛି ଅଷ୍ଟ୍ରେଲିଆ । ଏହାସହିତ ସବୁ ଫର୍ମାଟରେ ଶକ୍ତିଶାଳୀ ଥିବା ଟିମ ଇଣ୍ଡିଆକୁ ମାତ୍ର ୧୧୭ ରନରେ ଅଟକାଇ ଦେଇଛି ସ୍ମିଥଙ୍କ ପେସ ଯୋଡି । ମିଚେଲ ଷ୍ଟାର୍କ ଏବଂ ସିନ୍ ଆବୋଟଙ୍କ ଖତରନାକ ବୋଲିଂ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ନିରସ୍ତ୍ର ହୋଇ ପାଭିଲିୟନ ଫେରିଛନ୍ତି । ଷ୍ଟାର୍କ ଏହି ମ୍ୟାଚରେ ୫ଟି ୱିକେଟ ହାସଲ କରିଥିବା ବେଳେ ସିନ୍ ଆବୋଟ ୩ଟି ୱିକେଟ ନେଇଛନ୍ତି । ତେବେ ଦଳର ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁବାରେ ମଧ୍ୟ ବିଫଳ ହୋଇଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ରମୁଖ ବୋଲର ମିଚେଲ ଷ୍ଟାର୍କ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ସିନ ଆବୋଟ ମଧ୍ୟ ଦମଦାର ବୋଲିଂ କରିଛନ୍ତି । ଭାରତର ୩ ଜଣ ଖେଳାଳିଙ୍କୁ ପାଭିଲିଲିୟନର ରାସ୍ତା ଦେଖାଇଛନ୍ତି । ତେବେ ଷ୍ଟାର୍କ ଭାରତର ଟପ୍ ଅର୍ଡରକୁ ଚୁରମାର କରିଦେବା ପରେ ମଧ୍ୟକ୍ରମ ଉପରେ ଦାଉ ସାଧିଥିଲେ ସିନ୍ ଆବୋଟ । ଏହାବ୍ୟତୀତ ନାଥନ ଏଲିସ ଅନ୍ୟ ୨ ଜଣ ଖେଳାଳିଙ୍କ ୱିକେଟ ଭାରତର ପାଳି ସମାପ୍ତ କରିଛନ୍ତି ।

ତେବେ ବର୍ତ୍ତମାନ ଅଷ୍ଟ୍ରେଲିଆ ନିକଟରେ ବିଜୟ ଲକ୍ଷ୍ୟ ରହିଛି ମାତ୍ର ୧୧୮ ରନ୍ । ଭାରତ ପକ୍ଷରୁ ଷ୍ୟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୩୧ ରନ୍ କରିଛନ୍ତି । ତାଙ୍କ ଛଡା ଅଲରାଉଣ୍ଡର ଅକ୍ସର ପଟେଲ ୨୯ ଏବଂ ରବିନ୍ଦ୍ର ଜାଡେଜା ୧୬ ରନ କରିଥିବା ବେଳେ ଅଧିନାୟକ ରୋହିତ ନିଜ କମବ୍ୟାକ ମ୍ୟାଚରେ ମାତ୍ର ୧୩ ରନ କରିପାରିଛନ୍ତି । ତେବେ ଏମାନଙ୍କ ବ୍ୟତୀତ ଅନ୍ୟ(୭ ଜଣ) ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । କେ.ଏଲ ରାହୁଲ(୯), ହାର୍ଦ୍ଦିକ ପାଣ୍ଡ୍ୟା(୧), କୁଳଦୀପ ଯାଦବ(୪) କରିଛନ୍ତି । ତେବେ ଏହି ମ୍ୟାଚରେ ଜିତି ସିରିଜ ବରାବର କରିବା ପାଇଁ ଅଷ୍ଟ୍ରେଲିଆ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି ।

Get real time updates directly on you device, subscribe now.