fbpx

Global Hunger Index-2022: ୧୦୭ ନମ୍ବରରେ ଭାରତ, ତଥ୍ୟ ଭୁଲ ଥିବା କହିଲେ ସରକାର

Advertisement

ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୨ ତରଫରୁ ଜାରି ରିପୋର୍ଟକୁ ଖାରିଜ କରିଛି ଭାରତ ସରକାର । ସରକାର କହିଛନ୍ତି ଯେ, ଏହା ଏକ ଭୁଲ ତଥ୍ୟ ଏବଂ ଏଥିରେ ଅନେକ ଗୁଡିଏ ସମସ୍ୟା ରହିଛି । ଶନିବାର ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ପକ୍ଷରୁ ଜାରି ହୋଇଥିବା ଏହି ରିପୋର୍ଟରେ ୧୨୧ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭ ରହିଛି । ଏହା ସତ୍ୟତାରୁ ଖୁବ ଅଲଗା ବୋଲି କହିଛନ୍ତି ଭାରତ ସରକାର । କେବଳ ସେତିକି ନୁହେଁ, ସରକାରଙ୍କ ଦ୍ୱାରା ହେଉଥିବା ପ୍ରୟାସଗୁଡିକୁ ଅଣଦେକା ହେଉଥିବା ସେ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଆଜି ଗ୍ଲୋବାଲ ଇଣ୍ଡେକ୍ସ ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ୧୨୧ ଦେଶଗୁଡିକ ମଧ୍ୟରୁ ଭାରତ ୧୦୭ତମ ସ୍ଥାନରେ ରହିଛି । ଯାହାକୁ ଗ୍ରହଣ କରି ପାରି ନାହାନ୍ତି ଭାରତ ସରକାର । ଏହି ରିପୋର୍ଟକୁ ଭୁଲ ଏବଂ ଏଥିରେ ଅନେକ ପ୍ରକାରର ସମସ୍ୟା ରହିଥିବା ଦାବି ହୋଇଛି । ଏହା ସହିତ ଜନସାଧାରଣଙ୍କ ପାଇଁ ସରକାରଙ୍କ ପକ୍ଷରୁ ହେଉଥିବା ବିଭିନ୍ନ ପ୍ରୟାସକୁ ଏଥିରେ ଅଣଦେଖା ହୋଇଥିବା କହିଛନ୍ତି ଭାରତ ସରକାର ।

‘ଚାଇଲ୍ଡ ୱେଷ୍ଟିଙ୍ଗ ରେଟ’ ୧୯.୩ ପ୍ରତିଶତ ହୋଇଥିବା ବେଳେ ଏହା ଅନ୍ୟ ଦେଶମାନଙ୍କ ତୁଳନାରେ ସବୁଠୁ ଅଧିକ ରହିଛି । ପଡୋଶୀ ରାଷ୍ଟ୍ର ପାକିସ୍ତାନ(୯୯), ବାଙ୍ଗଲାଦେଶ(୮୪), ନେପାଳ(୮୧) ଏବଂ ଶ୍ରୀଲଙ୍କା(୬୪) ଭାବରେ ଭାରତଠୁ ଖୁବ ଭଲ ସ୍ଥାନରେ ରହିଛନ୍ତି । ଏସିଆରେ କେବଳ ଆଫଗାନିସ୍ତାନ ହିଁ ଭାରତରୁ ପଛରେ ରହିଥିବା ଦର୍ଶାଇଛି ରିପୋର୍ଟ ।

ଦୁନିଆର ସର୍ବାଧିକ କ୍ଷୁଧାର୍ଥ ଦକ୍ଷିଣ ଏସିଆରେ ଚାଇଲ୍ଡ ଷ୍ଟଣ୍ଟିଙ୍ଗ ରେଟ ସର୍ବାଧିକ ରହିଛି । ଏଥିରେ କୁହାଯାଇଛି ଯେ, ଭାରତରେ ଚାଇଲ୍ଡ ୱେଷ୍ଟିଙ୍ଗ ରେଟ ୧୯.୩ ପ୍ରତିଶତ ସହିତ ସର୍ବାଧିକ ହୋଇଥିବା ବେଳେ ଜନସଂଖ୍ୟା ବୃଦ୍ଧି ଏହାର କାରଣ ହୋଇପାରେ ବୋଲି କୁହାଯାଇଛି ।

Get real time updates directly on you device, subscribe now.