fbpx

କରୋନା ପାଇଁ କଠୋର ହେଲା ଭାରତ

ନୂଆଦିଲ୍ଲୀ,୨ ।୩: ଚୀନରେ ବ୍ୟାପୁଥିବା ମହାମାରୀ କରୋନା ଭାଇରସ୍ ଧିରେ ଧିରେ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ରାଜଧାନୀ ଦିଲ୍ଲୀ ଓ ତେଲେଙ୍ଗାନାରେ ୨ ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ କରୋନା ପ୍ରତିହତ ପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ଏଣିକି କରୋନା ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କର କଡା ଯାଞ୍ଚ ହେବ । ଇରାନ୍, ଇଟାଲି ସହ ଏକାଧିକ ଦେଶର ଯାତ୍ରୀଙ୍କୁ କଡା ସ୍କ୍ରିିନିଂ କରାଯିବ ।

ସେହିପରି ଚୀନ୍, ହଂକଂ, ଜାପାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ସିଙ୍ଗାପୁର, ନେପାଳ ଓ ଇଣ୍ଡୋନେସିଆ, ଭିଏତନାମ, ମାଲେସିଆରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ହେବ । ଏୟାରପୋର୍ଟରେ ପାଦ ଦେବା କ୍ଷଣି ସ୍ୱତନ୍ତ୍ର ଭାବେ ସ୍କ୍ରିନିଂ କରାଯିବ । ସ୍କ୍ରିନିଂ ସହ ଯାତ୍ରୀଙ୍କ ଆତ୍ମଘୋଷିତ ପତ୍ର ମଧ୍ୟ ଦାଖଲ କରିବେ । ଏନେଇ ସମସ୍ତ ଏୟାରପୋର୍ଟକୁ ସର୍ଗୁଲାର ଜାରି କରିଛି ବିମାନ ଚଳାଚଳ ମନ୍ତ୍ରାଳୟ ।

Get real time updates directly on you device, subscribe now.