fbpx
BJD
BJD SKY
BJD SKY

ଭାରତ ମହାଶକ୍ତି ହେବାକୁ ସ୍ୱପ୍ନ ଦେଖୁଥିବା ବେଳେ ଆମେ ଭିକ ମାଗୁଛୁ.. ପାକିସ୍ତାନ ସଂସଦରେ ଏପରି କହିଲେ ଏହି ବିରୋଧୀ ନେତା

ଇସଲାମବାଦ: ପାକିସ୍ତାନର ଅବସ୍ଥା କାହାକୁ ଅଛପା ନାହିଁ । ଏବେ ତ ପାକିସ୍ତାନର ଲୋକମାନେ ଏହାର ଅସଲ ରୂପ ଦୁନିଆ ସାମ୍ନାକୁ ଆଣିଲେଣି । ଏବେ ପାକିସ୍ତାନର ଜଣେ ପ୍ରମୁଖ ନେତା ପାକ୍ ସଂସଦରେ କହିଛନ୍ତି ପାକିସ୍ତାନ ନିଜକୁ ଦେବାଳିଆ ସ୍ଥିତିରୁ ରକ୍ଷା କରିବା ଲାଗି ଭିକ ମାଗିବାକୁ ପଡୁଛି । ପାକିସ୍ତାନର ପ୍ରମୁଖ ଦକ୍ଷିଣ ପନ୍ଥୀ ଇସଲାମୀ ନେତା ମୌଲାନା ଫଜଲୁର ରହମାନ କହିଛନ୍ତି , ଗୋଟିଏ ପଟେ ଭାରତ ବୈଶ୍ୱିକ ମହାଶକ୍ତି ହେବାକୁ ପ୍ରୟାସ ଜୋରଦାର କରିଥିବା ବେଳେ ପାକିସ୍ତାନ ନିଜର ବରବାଦୀରୁ ରକ୍ଷା ପାଇବା ଲାଗି ବିଶ୍ୱ ନିକଟରେ ହାତ ପତାଇବାରେ ଲାଗିଛି ।

ପାକିସ୍ତାନର ପ୍ରମୁଖ ଦକ୍ଷିଣପନ୍ଥୀ ଇସଲାମୀ ନେତା ମୌଲାନା ଫଜଲୁର ରେହମାନ ସୋମବାର ନିଜର ପୂର୍ବ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ତେହରିକ୍ ଏ ଇନସାଫ (ପିଟିଆଇ) ର ସମର୍ଥନରେ ଆଗକୁ ଆସି କହିଛନ୍ତି ବିରୋଧୀ ଦଳକୁ ଦେଶରେ ର‌୍ୟାଲି ଆୟୋଜନ କରିବା ଓ ଏପରିକି ସରକାର ଗଢିବା ଲାଗି ବି ଅଧିକାର ରହିଛି । ଜେୟୁଆଇଏଫର ପ୍ରମୁଖ ରେହମାନ ସୋମବାର ପାକିସ୍ତାନ ସଂସଦରେ ଜୋରଦାର ଭାଷଣ ଦେଇଛନ୍ତି ଓ ରାଜନୈତିକ ବ୍ୟବସ୍ଥାରେ ହେରାଫେରି ଅର୍ଥାତ୍ ନିର୍ବାଚନରେ ଅନିୟମିତତା ନେଇ କଡା ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, ର‌୍ୟାଲି କରିବା ପିଟିଆଇର ଅଧିକାର । ଆମର ୨୦୨୮ ନିର୍ବାଚନ ଉପରେ ଆପତ୍ତି ଥିଲା ଓ ଏଥରର ନିର୍ବାଚନ ଉପରେ ବି ଆପତ୍ତି ରହିଛି । ଏଠାରେ ସୂଚାଇ ଦିଆଯାଇପାରେ କି ପିଟିଆଇ ନେତା ଅସଦ କୈସର ର‌୍ୟାଲି ଆୟୋଜନ କରିବା ଲାଗି ଦଳର ଅଧିକାର ଦାବୀ କରିଥିଲେ । ରେହମାନ କହିଛନ୍ତି ଅସଦଙ୍କ ଦାବୀ ଯଥାର୍ଥ ଓ ର‌୍ୟାଲି ଆୟୋଜନ କରିବା ପିଟିଆଇର ଅଧିକାର । ସେ କହିଛନ୍ତି ଏହା କିପରି ନିର୍ବାଚନ ଯେଉଁଠି ହାରିଥିବା ଦଳ ନିଜ ହାରକୁ ସ୍ୱୀକାର କରୁୁନାହିଁ ଆଉ ବିଜୟୀ ପାର୍ଟି ବି ବହୁତ ଦ୍ୱନ୍ଦ୍ୱରେ ଅଛି । ଏହା ବ୍ୟତିତ ସେ ଭାରତ ସହ ନିଜକୁ ତୁଳନା କରି କହିଛନ୍ତି , ଦୁଇ ଦେଶକୁ ଗୋଟିଏ ଦିନ ସ୍ୱାଧୀନତା ମିଳିଥିଲା । କିନ୍ତୁ ଆଜି ସେ ମହାଶକ୍ତି ହେବାକୁ ସ୍ୱପ୍ନ ଦେଖୁଥିବା ବେଳେ ପାକିସ୍ତାନ ନିଜକୁ ଦେବାଳିଆ ପରିସ୍ଥିତିରୁ ବଞ୍ଚାଇବା ଲାଗି ଭିକ ମାଗୁଛି । ସେ ସ୍ପଷ୍ଟ କହିଛନ୍ତି ଭାରତ ବୈଶ୍ୱିକ ମହାଶକ୍ତି ହେବାକୁ ଯାଉଥିବା ବେଳେ ପାକିସ୍ତାନ ନିଜକୁ ବଞ୍ଚାଇବାକୁ ଦୁନିଆ ସାମ୍ନାରେ ଭିକ ମାଗୁଛି ।

Get real time updates directly on you device, subscribe now.