fbpx

Har Ghar Triranga Abhiyan: କର୍ମଚାରୀଙ୍କ ମାସିକ ଦରମାରୁ ପଇସା କାଟିବ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ହର ଘର ତ୍ରିରଙ୍ଗା ଅଭିଯାନ ପାଳନ ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ପକ୍ଷରୁ ତ୍ରିରଙ୍ଗା ବଣ୍ଟନ କରାଯାଉଛି । ଏହି ପତାକାର ମ୍ୟୂ ୩୮ ଟଙ୍କା ରହିଥିବା ବେଳେ ରେଳ କର୍ମଚାରୀଙ୍କୁ ଏହାର ମୂଲ୍ୟ ପଇଠ କରିବାକୁ ପଡ଼ିବ । କର୍ମଚାରୀଙ୍କ ସାଲାରିରୁ ଏହି ଅର୍ଥ କଟାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ତେବେ ଏହି ନିଷ୍ପତ୍ତି ବିରୋଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଜଣାପଡ଼ିଛି ଯେ, ଏକ ଘରୋଇ ସଂସ୍ଥା ଦ୍ୱାରା ରାଷ୍ଟ୍ରୀୟ ପତାକା ତ୍ରିରଙ୍ଗା ରେଳ କର୍ମଚାରୀଙ୍କୁ ବଣ୍ଟନ କରାଯିବ । ଏହି ପତାକାର ମୂଲ୍ୟ ୩୮ ଟଙ୍କା ରହିଥିବା ବେଳେ କର୍ମଚାରୀମାନେ ଏହାକୁ ପଇସା ଦେଇ କିଣିବେ ନାହିଁ, ସେମାନଙ୍କର ଦରମାରୁ ଏହି ଅର୍ଥ କଟାଯିବ । ତେବେ ଏହାକୁ ନେଇ ନର୍ଥ ସେଣ୍ଟ୍ରାଲ କର୍ମଚାରୀ ସଂଘ ପକ୍ଷରୁ ବିରୋଧ କରାଯାଇଛି । ପତାକା ଅର୍ଥ କର୍ମଚାରୀଙ୍କ ଦରମାରୁ ନ କାଟି କର୍ମଚାରୀଙ୍କ ଲାଭ କୋଷରୁ କିଣିବା ଦରକାର ବୋଲି ମଣ୍ଡଳ ମନ୍ତ୍ରୀ ଚନ୍ଦ୍ର ସିଂହ କହିଛନ୍ତି ।

କର୍ମଚାରୀଙ୍କ ଦରମାରୁ ପତାକା ପାଇଁ ୩୮ ଟଙ୍କା କାଟି ଦିଆଯିବ ଓ ସେମାନଙ୍କୁ ରେଳବାଇ ତରଫରୁ ତ୍ରିରଙ୍ଗା ପ୍ରଦାନ କରାଯିବ ବୋଲି ରେଲୱେ ସିପିଆରଓ ଶିବମ୍ ଶର୍ମା କହିଛନ୍ତି । ତେବେ ଏହି ତ୍ରିରଙ୍ଗାର ମୂଲ୍ୟ ବିଜେପି ଅଫିସରେ ୨୦ ଟଙ୍କା ରହିଥିବା ବେଳେ ପ୍ରଧାନ ଡାକଘରେ ଏହା ୨୫ ଟଙ୍କାରେ ମିଳୁଛି । ସ୍ୱୟଂ ସହାୟକ ଗ୍ରୁପ ପକ୍ଷରୁ ମଧ୍ୟ ଏହି ପତାକା ୨୦ ଟଙ୍କାରେ ଉପଲବ୍ଧ କରାଯାଉଛି ବୋଲି କୁହାଯାଉଛି । ତେଣୁ ତ୍ରିରଙ୍ଗାକୁ ନେଇ ଲୋକଙ୍କ ମଧ୍ୟରେ ଏକପ୍ରକାର ଚାପା ଉତ୍ତେଜନା ପ୍ରକାଶ ପାଇଛି ।

Get real time updates directly on you device, subscribe now.