fbpx
BJD SKY
BJD SKY

PM Modiଙ୍କ ମାଷ୍ଟର ଷ୍ଟ୍ରୋକ: ଡଲାରକୁ ପଛକୁ ଠେଲି ବିଶ୍ୱରେ ରାଜ କରିବ ରୁପି!

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱର ଜଣେ ଆଗଧାଡ଼ିର ନେତା ଭାବେ ପରିଗଣିତ । ବିଭିନ୍ନ ସର୍ଭେରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପରି ବିଶ୍ୱର ଟପ୍ ଲିଡରଙ୍କୁ ମଧ୍ୟ ମୋଦୀ ପଛରେ ପକାଇ ଦେଇଛନ୍ତି । କରୋନା ଭ୍ୟାକ୍ସିନେସନ, ଶାନ୍ତିର ବାର୍ତ୍ତା, ପ୍ରତିରକ୍ଷା, ମହାକାଶ ଯାତ୍ରା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ବିଶ୍ୱରେ ନିଜର ଦବଦବା ଜାହିର କରିବାରେ ବ୍ୟସ୍ତ ।

ତେବେ ଅନେକ ସମୟରେ ପିଏମ୍ ମୋଦୀ ଏକ ଖାସ୍ ଗେମ୍ କରି କେବଳ ଭାରତ ନୁହେଁ ବିଶ୍ୱବାସୀଙ୍କୁ ଚମକାଇ ଦେଇଥାନ୍ତି । ଅନୁରୂପ ଭାବେ ଆଗାମୀ ଦିନରେ ଭାରତ ବିଶ୍ୱରେ ରାଜ କରିବାକୁ ଯାଉଛନ୍ତି । ସୂଚନା ମୁତାବକ, ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଡଲାରର ପ୍ରାଧାନ୍ୟ ଜାରି ରହିଛି । ଅଧିକାଂଶ ସମୟରେ ଭାରତୀୟ ରୁପି ଡଲାର ଆଗରେ ଦୁର୍ବଳ ପ୍ରଦର୍ଶନ କରିଥାଏ । ଏ ବାବଦରେ ମୋଦୀ ସରକାର ଆଗକୁ ଏକ ବଡ଼ ପ୍ରସ୍ତୁତି କରିବାକୁ ଯାଉଛନ୍ତି ।

ଏକ ସୂତ୍ର ମୁତାବକ, ଭାରତ ଅଧିକାଂଶ ଦେଶ ସହ ରୁପିରରେ କାରବାର କରିବାକୁ ଯାଉଛନ୍ତି । ଏବେ ଭାରତ ରୁଷ, ମରିସସ, ଶ୍ରୀଲଙ୍କା ସହ ରୁପିରେ କାରବାର କରୁଥିବା ବେଳେ ଆଗକୁ ଆଉ ୧୮ଟି ଦେଶ ଏହି କ୍ରମରେ ସାମିଲ ହେବାକୁ ଯାଉଛନ୍ତି । ଏଥିସହିତ ବିଶ୍ୱର ୫୦ଟି ଦେଶ ସହିତ ରୁପିରେ କାରବାର ନେଇ ଭାରତ ସରକାର କଥାବାର୍ତ୍ତା କରିଥିବା ଜଣାପଡ଼ିଛି । ମୋଦୀଙ୍କର ଏହି ମେଗା ପ୍ଲାନ ଯଦି ସଫଳ ହୁଏ ତେବେ ଭାରତର ରୁପିର ଦବଦବା ବିଶ୍ୱ ମାର୍କେଟରେ ବୃଦ୍ଧି ପାଇବ । ତେଣୁ ଏହାକୁ ନେଇ ଏବେ ଆମେରିକା, ଚୀନ ଭଳି ବିଶ୍ୱର ମହାଶକ୍ତିମାନେ ଘାବରେଇ ଗଲେଣି ।

Get real time updates directly on you device, subscribe now.