fbpx

ମତଦାନରେ ଭାରତ କଲା ବିଶ୍ୱ ରେକର୍ଡ; ସମସ୍ତ ମତଦାତାଙ୍କୁ ସଲାମ କଲେ ମୁଖ୍ୟ ନିର୍ବାଚନ କମିଶନର

Advertisement

ନୂଆଦିଲ୍ଲୀ: ଜୁନ୍ ୪ ଅର୍ଥାତ୍ କାଲି ଭୋଟ ଗଣତି ଆରମ୍ଭ ହେବାକୁ ଯାଉଛି । ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଭାରତର ନିର୍ବାଚନ କମିଶନ ଦିଲ୍ଲୀରେ ଆୟୋଜନ କରିଛନ୍ତି ପ୍ରେସ କନଫରେନ୍ସ । ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଏଥର ୬୪.୨ କୋଟି ଲୋକ ଭୋଟ ଦେଇଛନ୍ତି । ସାରା ବିଶ୍ୱରେ କେଉଁଠି ବି ଏତେ ସଂଖ୍ୟାରେ ଲୋକ ଭୋଟ ଦେଇନାହାନ୍ତି ।

ରାଜୀବ କୁମାର କହିଛନ୍ତି ଆମେ ୬୪୨ ମିଲିୟନ ମତଦାତାଙ୍କୁ ନେଇ ଏକ ବିଶ୍ୱ ରେକର୍ଡ କରିଛୁ । ଏହା ସମସ୍ତ ଜି ୭ ଦେଶର ମତଦାତାଙ୍କ ଠାରୁ ୧.୫ଗୁଣ ଓ ୟୁରୋପୀୟ ସଂଘର ୨୭ ଦେଶର ମତଦାତାଙ୍କ ଠାରୁ ୨.୫ ଗୁଣ ଅଧିକ ।
ଏଠାରେ ସୂଚାଇ ଦିଆଯାଇପାରେ କି ଲୋକସଭା ନିର୍ବାଚନ ଲାଗି ଦେଶରେ ୭ ପର୍ଯ୍ୟାୟରେ ମତଦାନ କରାଯାଇଛି । ୧୯ ଏପ୍ରିଲରୁ ଆରମ୍ଭ ହୋଇଥିବା ସାଧାରଣ ନିର୍ବାଚନ ଜୁନ୍ ୧ରେ ଶେଷ ହୋଇଛି । ଏବେ ମତ ଗଣନା ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଗୋଟିଏ ଦିନ ପରେ ଇଭିଏମ୍‌ରୁ ଭୋଟ୍ ଗଣନା ଆରମ୍ଭ ହୋଇଯିବ ।

Get real time updates directly on you device, subscribe now.