fbpx

ଅସ୍ତ୍ର-ଶସ୍ତ୍ର କିଣିବାରେ ଭାରତ ଏକ ନମ୍ବର: ଆଉ କେଉଁ ଦେଶ ରହିଛି ଏହି ତାଲିକାରେ?

ନୂଆଦିଲ୍ଲୀ: ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ କ୍ଷେତ୍ରରେ ସୋନକୁ ଅପଗ୍ରେଡ କରିବା ସହ ବିଦେଶରୁ ମିସାଇଲ ଭଳି ଅନେକ ଅତ୍ୟାଧୁନିକ ଅସ୍ତ୍ର-ଶସ୍ତ୍ର କିଣିଛି ଭାରତ । ତେବେ ଏହି କ୍ଷେତ୍ରରେ ବର୍ତ୍ତମାନ ଭାରତ ଟପ୍ ଲିଷ୍ଟରେ ପହଞ୍ଚିଛି । ବିଶ୍ୱରେ ହତିଆର ଆମଦାନୀ କରିବା କ୍ଷେତ୍ରରେ ସବୁଠୁ ଆଗରେ ରହିଛି ଭାରତ । ତେବେ ଆସନ୍ତୁ ଜାଣିବା ଭାରତ ପରେ କେଉଁ ଦେଶ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

ସଦ୍ୟ ରିପୋର୍ଟ ଅନୁସାରେ, ବିଭିନ୍ନ ଦେଶରୁ ହତିଆର ଆମଦାନୀ କରିବାରେ ଭାରତ ଅନ୍ୟ ସମସ୍ତ ଦେଶକୁ ପଛରେ ପକାଇ ଦେଇଛି । ୨୦୧୩-୧୭ ଏବଂ ୨୦୧୮-୨୨ ବର୍ଷ ମଧ୍ୟରେ ଦେଶର ହତିଆର ଆମଦାନୀ ୧୧ ପ୍ରତିଶତ ହ୍ରାସ ପାଇଥିବା ଜଣାଯାଇଛି । ଏହାପରେ ମଧ୍ୟ ଦେଶ ଏହି ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ତେବେ ଋଷ ଆକ୍ରମଣ ଯୋଗୁଁ ଆମେରିକା ଏବଂ ୟୁରୋପରୁ ମିଳିଥିବା ସୈନ୍ୟ ସହାୟତା ପରେ ୟୁକ୍ରେନ ୨୦୨୨ରେ ସର୍ବାଧିକ ହତିଆର ଆମଦାନୀ କରିଛି । ଏହା ସହିତ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛି ୟୁକ୍ରେନ । ବିଶ୍ୱର ସମସ୍ତ ଦେଶରେ ଗତବର୍ଷ ହତିଆର ଆମଦାନୀ ପରିମାଣରେ ହ୍ରାସ ଦେଖିବାକୁ ମିଳିଛି । ତେବେ ଋଷ ସହ ଉତ୍ତେଜନା ବୃଦ୍ଧ ହେଉଥିବା କାରଣରୁ ୟୁରୋପର ଦେଶମାନେ ଅସ୍ତ୍ର-ଶସ୍ତ୍ର କିଣିଛନ୍ତି ।

ତେବେ ୨୦୧୮-୨୨ ଭିତରେ ସବୁଠୁ ଅଧିକ ହତିଆର କିଣିଥିବା ଦେଶଗୁଡିକ ମଧ୍ୟରେ ଏକ ନମ୍ବରରେ ରହିଛି ଭାରତ । ଏହାପରେ ସାଉଦି ଆରବ, କତର, ଅଷ୍ଟ୍ରେଲିଆ ଏବଂ ଚୀନ ସାମିଲ ରହିଛନ୍ତି । ତେବେ ହତିଆର ରପ୍ତାନୀ କରିବା ତାଲିକାରେ ଆମେରିକା, ଋଷ, ଫ୍ରାନ୍ସ, ଚୀନ ଏବଂ ଜର୍ମାନୀ ସ୍ଥାନ ପାଇଛନ୍ତି । ଅନ୍ୟ ପକ୍ଷରେ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଏହି ସମୟ ମଧ୍ୟରେ ୧୪ ପ୍ରତିଶତ ଅଧିକ ହତିଆର ଆମଦାନୀ କରିଛି । ଏହାସହିତ ହତିଆର ଆମଦାନୀ ତାଲିକାର ଅଷ୍ଟମ ସ୍ତାନରେ ରହିଛଇ ପାକିସ୍ତାନ ।

Get real time updates directly on you device, subscribe now.