fbpx
BSKY SKY
BSKY SKY

ବିଶ୍ୱର ବିକାଶ ଇଞ୍ଜିନ ସାଜିବ ‘ଭାରତ’: ବ୍ରିକ୍ସ ସମ୍ମିଳନୀରେ ମୋଦୀଙ୍କ ଉଦବୋଧନ

BSKY

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛନ୍ତି । ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଦକ୍ଷିଣଆଫ୍ରିକାର ରାଷ୍ଟ୍ରପତିଙ୍କ ଆମନ୍ତ୍ରଣ ରକ୍ଷା କରି ସେଠାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହିତ ସେଠାକାର ଲୋକମାନଙ୍କୁ ଉଦବୋଧନ ଦେଇଛନ୍ତି । ବ୍ରିକ୍ସ ବ୍ୟସାୟୀ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ବିଶ୍ୱବାସୀଙ୍କୁ ସମ୍ବୋଧନ କରିଛନ୍ତି ।

ସେ କହିଛନ୍ତି ଯେ, ବିଶ୍ୱର ବିକାଶ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଏକ ଇଞ୍ଜିନ ହେବ ବୋଲି କହିଛନ୍ତି ମୋଦୀ । ଭାରତ ନିକଟରେ ଏବେ ତୃତୀୟ ସର୍ବବୃହତ୍ ଷ୍ଟାର୍ଟ ଅପ୍ ରହିଛି । ଏହାପରେ ମୋଦୀ କହିଛନ୍ତି ଯେ, ଦେଶରେ ପ୍ରାୟ ୧୦୦ରୁ ଅଧିକ ୟୁନିକର୍ନ ରହିଛି । ତେବେ ଏସବୁକୁ ପଛରେ ପକାଇ ଭାରତ ବିକାଶର ଇଞ୍ଜିନ ପାଲଟିବ ବୋଲି ଏହି ସମ୍ମିଳନୀରେ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଖୁବଶୀଘ୍ର ଭାରତ ୫ ଟ୍ରିଲିୟନ ଲାରର ଅର୍ଥ ବ୍ୟବସ୍ଥା ପାଲଟିବ ବୋଲି କହି ମୋଦୀ ଏହି ବ୍ରିକ୍ସ ସମ୍ମିଳନୀରେ ଉଦବୋଧନରେ କହିଛନ୍ତି ।

Get real time updates directly on you device, subscribe now.