fbpx
BSKY
BJD MC SKY
BJD YOUTH SKY

୨-୦ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ: ବର୍ଷା ପାଇଁ ତୃତୀୟ ମ୍ୟାଚ୍ ବାତିଲ

ନୂଆଦିଲ୍ଲୀ: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବାକୁ ଥିବା ୩ୟ ଟି-୨୦ ମ୍ୟାଚରେ ବର୍ଷା ବାଧକ ସାଜିଛି । ବର୍ଷା କାରଣରୁ ଅନ୍ତିମ ମ୍ୟାଚକୁ ବାତିଲ କରି ଦିଆଯାଇଛି । ଫଳରେ ଭାରତ ୨-୦ରେ ସିରିଜ ବିଜୟ ହାସଲ କରିଛି । କ୍ରମାଗତ ବର୍ଷା ହେବା ଫଳରେ ଆଜି ମ୍ୟାଚରେ ଟସ୍ ମଧ୍ୟ ପଡ଼ି ପାରିନଥିଲା । ଫଳରେ ଅମ୍ପାୟାରମାନେ ମ୍ୟାଚ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ।

ତୃତୀୟ ଟି-୨୦କୁ ଅମ୍ପାୟାରମାନେ ରଦ୍ଦ ନେଇ ଘୋଷଣା କରିବା ପରେ ଟିମ୍ ଇଣ୍ଡିଆ ୨-୦ରେ ଏହି ସିରିଜରେ ବିଜୟ ହାସଲ କରିଛି । ଆଜି ଜିତିଥିଲେ ଭାରତ ନିକଟରେ କ୍ଲିନ୍ ସ୍ୱିପ କରିବାର ସୁଯୋଗ ରହିଥିଲା । ମାତ୍ର ମ୍ୟାଚ ବାତିଲ ହେବା ଫଳରେ ଭାରତ ସିରିଜରେ ବିଜୟ ହାସଲ କରିନେଇଛି । ଏହା ପୂର୍ବରୁ ଭାରତ ପ୍ରଥମ ଓ ଦ୍ୱିତୀୟ ଟି-୨୦ରେ ବିଜୟ ହାସଲ କରିଥିଲା ।

ଏହା ପୂର୍ବରୁ ଭାରତ ଗତ ୨୦୧୮ରେ ଓ ୨୦୨୨ରେ ମଧ୍ୟ ଆୟର୍ଲାଣ୍ଡ ବିପକ୍ଷରେ ସିରିଜ ବିଜୟ ହାସଲ କରିଥିଲା । ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିବା ପରେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ବିଜୟ ହାସଲ କରି ସିରିଜରେ ୨-୦ରେ ଆଗୁଆ ରହିବା ସହିତ ସିରିଜକୁ କବଜା କରିନେଇଥିଲା । ଏହି ସିରିଜ ବିଜୟ ଫଳରେ ଭାରତୀୟ ଯୁବ ବାହିନୀଙ୍କର ମନୋବଳ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି ।

Get real time updates directly on you device, subscribe now.