fbpx
BSKY
BJD SHG SKY
BJD YOUTH SKY

ଭାରତୀୟ ବାୟୁସେନାକୁ ମିଳିଲା ଏକ ବିପଜ୍ଜନକ ଇଶ୍ରାଏଲ ସ୍ପାଇକ କ୍ଷେପଣାସ୍ତ୍ର : ବୈଶିଷ୍ଟ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଶତ୍ରୃକୁ ଏବେ କଡା ଜବାବଦେବ ଭାରତ । ନିଜ ଦେଶକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ବାୟୁସେନାକୁ ଏବେ ନୂଆ କ୍ଷେପଣାସ୍ତ୍ର ମିଳିଛି । ଏହି କ୍ଷେପଣାସ୍ତ୍ରର ନାମ ହେଉଛି ଇଶ୍ରାଏଲ ସ୍ପାଇକ ନନ୍‌-ଲାଇନ ଆଫ ସାଇଟ (NLOS)ଆଣ୍ଟି-ଟ୍ୟାକ ଗାଇଡେଡ କ୍ଷେପଣାସ୍ତ୍ର । ଏହି ବିପଜ୍ଜନକ କ୍ଷେପଣାସ୍ତ୍ରଟି ପାହାଡ ପଛରେ ଲୁଚି ରହିଥିବା ଶତ୍ରୃର ସ୍ଥତିକୁ ନଷ୍ଟ କରିବାକୁ ନିଜର କ୍ଷମତାକୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରେ । ଏହି କ୍ଷେପଣାସ୍ତ୍ର ୩୦ କି.ମି ଦୂରକୁ ଲକ୍ଷ୍ୟ କରି ମାରି ପାରିବ । ପ୍ରତିରକ୍ଷା ସୂତ୍ର କହିଛନ୍ତି ଯେ, ଇତ୍ସାଏଲ ସ୍ପାଇକ NLOS ଆଣ୍ଟି-ଟ୍ୟାକ ଗାଇଡେଡ କ୍ଷେପଣାସ୍ତ୍ରକୁ ବିତରଣ କରାଯାଇଛି ଏବଂ ଏହାକୁ ଖୁବ ଶୀଘ୍ର ପରିକ୍ଷା କରାଯିବ ।

ପ୍ରତିରକ୍ଷା ସୂତରୁ ଜଣାପଡିଛି ଯେ, NLOS କ୍ଷେପଣାସ୍ତ୍ରକୁ ଏବେ ଋଷିଆର ମୂଳ ଗସ-୧୭ଠ୫ ଉଡାଜାହାଜ ସହ ଏକୀକୃତ କରାଯାଉଛି । ଯାହାକି ଦୂରଦୂରାନ୍ତରେ ଥିବା ଶତ୍ରୃକୁ ମାରିବାରେ ସକ୍ଷମ ହୋଇପାରିବ । ପାହାଡ ପଛରେ ଲୁଚି ରହିଥିବା ଶତ୍ରୃକୁ ଲକ୍ଷ୍ୟ କରି ଏପରି କ୍ଷେପଣାସ୍ତ୍ର ତିଆରି କରାଯାଇଛି । ଏହା ଶତ୍ରୃଙ୍କ ବିପକ୍ଷରେ ବହୁତ ପ୍ରଭାବଶାଳୀ ହୋଇପାରେ । ପ୍ରାୟ ଦୁଇ ବର୍ଷ ପୂର୍ବେ ଭାରତୀୟ ବାୟୁସେନା ଏହି କ୍ଷେପଣାସ୍ତ୍ରକୁ ନେଇ ଉତ୍ପଦ ଆରମ୍ଭ କରିଥିଲା । ଯେତେବେଳେ କି ଚୀନ ସେନା ପୂର୍ବ ଲାଦାଖ ସେକ୍ଟର ଆଗରେ ବାସ୍ତବିକ ନିୟନ୍ତ୍ରଣ ରେଖା(LAC) ନିକଟରେ ବହୁ ସଂଖ୍ୟକ ଟ୍ୟାଙ୍କ ଏବଂ ପଦାତିକ ଯୁଦ୍ଧ ଯାନ ନିୟୋଜିତ କରିଥିଲା ।

ଦୁଇ ବର୍ଷପୂର୍ବରୁ ଚୀନ ଦ୍ୱାରା ହେଇଥିବା ଆକ୍ରମଣ କାରଣରୁ ଦେଶରେ ଯେଉଁ ବିପଦ ଦେଖାଯାଇଥିଲା । ତାହାକୁ ସାମ୍ନାରେ ରଖି ଭାରତୀୟ ସେନା ଏବଂ ବାୟୁସେନା ଦୁହେଁ ଭାରତ ଓ ବିଦେଶ ଦୁଇ ଜଣଙ୍କ ଅସ୍ତ୍ର ମାଧ୍ୟମରେ ନିଜର ଅସ୍ତ୍ରାଗାରକୁ ମଜବୁତ କରିଛନ୍ତି ।

Get real time updates directly on you device, subscribe now.