fbpx

Breaking: ଆର୍ମି-ପୋଲିସ କଳି, ଭରତପୁର ଥାନାର 5 ସସପେଣ୍ଡ

ଭୁବନେଶ୍ବର: ସେନା ଅଧିକାରୀ ଏବଂ ପୋଲିସ କଳି ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । 5 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଭରତପୁର ଥାନାରେ ମଜରକୁ ମାଡ ଘଟଣାରେ ଡିଜିପି କାର୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି । ଭରତପୁର ଥାନାର 5ଜଣଙ୍କୁ ସସପେଣ୍ଡ କରାଯାଇଛି । ନିଲମ୍ବନ ହୋଇଥିବା ପୋଲିସ କର୍ମଚାରୀ ହେଲେ ସବ ଇନ୍ସିପେକ୍ଟର ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଏଏସଆଇ ସାଗରିକା ରଥ, କନେଷ୍ଟବଳ ବଳରାମ ହାଁସଦା । ଡିସିପିଙ୍କ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରକାଶଥାଉକି,  ନିଜ ବାନ୍ଧବୀଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦେଇଥିବା ନେଇ ଜଣେ ସ୍ଥଳସେନା ଅଧିକାରୀ ଭରତପୁର ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ ।

Get real time updates directly on you device, subscribe now.