fbpx

Indian Armyର ଶକ୍ତି ଦେଖାଇବ ‘ଭାରତ ଶକ୍ତି’: ପୋଖରାନରେ ଯୁଦ୍ଧାଭ୍ୟାସ ଦେଖିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସାମରିକ ଦୃଷ୍ଟିରୁ ଭାରତକୁ ଆତ୍ମନିର୍ଭର କରାଇବା ପାଇଁ ମୋଦୀ ସରକାର ତତ୍ପର ରହିଛନ୍ତି । ସେନାର ଶକ୍ତି ତଥା ଆତ୍ମବିଶ୍ୱାସକୁ ଉଚ୍ଚ ସ୍ତରରେ ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଆଜି ପୋଖରାନରେ ଭାରତର ଜଳ, ସ୍ଥଳ ଏବଂ ବାୟୁସେନାର ମିଳିତ ସ୍ତରରେ ଆଜି ଏକ ବଡ଼ ଯୁଦ୍ଧାଭ୍ୟାସ ହେବାକୁ ଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେଠାରେ ଉପସ୍ଥିତ ରହିବେ । ସେନାରେ ସାମିଲ ହେଉଥିବା ଅସ୍ତ୍ରଶସ୍ତ୍ର, ସ୍ୱଦେଶୀ ହତିଆରର କ୍ଷମତା ତଥା ଶକ୍ତି ପ୍ରଦର୍ଶନ ପାଇଁ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଭାରତୀୟ ସେନାର ଏହି ସମରାଭ୍ୟାସକୁ ‘ଭାରତ ଶକ୍ତି’ ନାମ ଦିଆଯାଇଛି ।

ଆଜି ପୋଖରାନରେ ଭାରତର ୩ ସେନାର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେବାକୁ ଯାଉଛି ଭାରତ ଶକ୍ତି କାର୍ଯ୍ୟକ୍ରମ । ଏହି ଅଭ୍ୟାସରେ ଜଳ-ସ୍ଥଳ-ବାୟୁସେନା ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପୋଖରାନର ଏହି ଫାୟାରିଙ୍ଗ ରେଞ୍ଜରେ ଉପସ୍ଥିତ ରହିବେ । ମୋଦୀଙ୍କ ଆଗମନରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରୁ ୫୦ ମିନିଟ ଲଗାତାର ଗୁଳିବର୍ଷା କରିବେ ଭାରତୀୟ ଯବାନ୍ । ଭାରତୀୟ ସେନାର ଏହି ସମରାଭ୍ୟାସରେ ଯୁଦ୍ଧସ୍ଥିତିରେ ଭାରତୀୟ ସେନାର ଏହି ୩ ଅଙ୍ଗ କିପରି କାମ କରେ, ତାହା ଦେଖିବାକୁ ମିଳିବ । ପରସ୍ପର ମଧ୍ୟରେ ଅତି କମ୍ ସମୟରେ କିପରି ବିପଦକୁ ସାମନା କରିବାକୁ ପ୍ରସ୍ତୁତ ହୋଇଥାନ୍ତି, ତାହାକୁ ପରିଦର୍ଶନ କରିବା ପାଇଁ ଏହି ଯୁଦ୍ଧାଭ୍ୟାସ କରୁଛି ଭାରତୀୟ ସେନାବାହିନୀ ।

ଡେମୋର ଆରମ୍ଭରୁ ତ୍ରିଶକ୍ତିର ସ୍ପେଶାଲ ଫୋର୍ସ, ଗରୁଡ଼ କମାଣ୍ଡୋ ଏବଂ ମାର୍କୋଜ ହେଲିକପ୍ଟର ଜରିଆରେ ସ୍ଲିଦର ଏବଂ ଅଲ୍ ଟେରେନ୍ ଭେହିକିଲ ଜରିଆରେ ଯୁଦ୍ଧ ମଇଦାନରେ ପହଞ୍ଚିବେ । ଏହାସହିତ ସେନାର ୩ ଅଙ୍ଗର ମିଳିତ ଉଦ୍ୟମରେ ଇଣ୍ଟିଗ୍ରେଟେଡ ଥିଏଟର କମାଣ୍ଡ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି । ତେବେ ଏ ନେଇ ସ୍ପଷ୍ଟ ହୋଇନାହିଁ । ଏହାପରେ ମଧ୍ୟ ସେନାବାହିନୀର ପ୍ରତ୍ୟେକ ୱିଙ୍ଗ ମଧ୍ୟରେ କିପରି ଇଣ୍ଟିଗ୍ରେସନ ହୋଇଥାଏ ଏବଂ ଭିନ୍ନ ସ୍ଥାନରେ ଥାଇ ମଧ୍ୟ ଖୁବ କମ୍ ସମୟରେ ସହାୟତା ପାଇଁ ପରସ୍ପର ନିକଟରେ ପହଞ୍ଚାଇବାର ଝଲକ ଦେଖାଇବା ଆଜିର ଯୁଦ୍ଧାଭ୍ୟାସ ‘ଭାରତ ଶକ୍ତି’ ।

Get real time updates directly on you device, subscribe now.