fbpx
BJD
BJD SKY
BJD SKY

IBSA Games: ଫାଇନାଲରେ ଲଢ଼େଇ କରି ହାରିଲା ଭାରତୀୟ ପୁରୁଷ ଦଳ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ସଫଳତା ପରେ ମହାକାଶରେ ଭାରତ ଇତିହାସ ରଚିଥିବା ବେଳେ ଏବେ ଖେଳରେ ମଧ୍ୟ ଇତିହାସ ରଚିଛି । ଗୋଟିଏ ପଟେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଦେଶରେ ପ୍ରସ୍ତୁତି ଚାଲିଥିବା ବେଳେ ଏହା ମଧ୍ୟରେ ଭାରତୀୟ ମହିଳା ଟି-୨୦ ଟିମ୍ ଏକ ବଡ଼ ସଫଳତା ହାସଲ କରିଥିଲା । ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରୀଡ଼ା ଫେଡେରେସନ (ଇବସା)ରେ ଫାଇନାଲରେ ଭାରତ ବିଜୟ ହାସଲ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲା ।

ବିଶ୍ୱ ଦୃଷ୍ଟିହୀନ କ୍ରୀଡ଼ାରେ ପ୍ରଥମ ଥର ଟି-୨୦ କ୍ରିକେଟକୁ ସାମିଲ କରାଯାଇଥିଲା । ଭାରତ ଫାଇନାଲରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ହରାଇ ନିଜ ନାମରେ ସ୍ୱର୍ଣ୍ଣ କରିଥିଲା । ଏହି ବିଜୟ ଫଳରେ ଭାରତ ଇବସା ଗେମ୍ସର କ୍ରିକେଟରେ ପ୍ରଥମ ଚାମ୍ପିୟନ ହେବାର ଗୌରବ ଲାଭ କରିଥିଲା । ତେବେ ଖୁସିର କଥା ହେଉଛି ଭାରତର ମହିଳା ଓ ପୁରୁଷ ଦୁଇଟି ଯାକ ଟିମ୍ ଫାଇନାଲରେ ପହଞ୍ଚିଥିଲେ । ମହିଳା ଟିମ୍ ଫାଇନାଲରେ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ଟିମ ଫାଇନାଲରେ ପାକିସ୍ତାନକୁ ଭେଟିଥିଲା ।

ତେବେ ଟି-୨୦ ଫାଇନାଲରେ ଭାରତୀୟ ପୁରୁଷ ଦଳ ପରାଜୟ ବରଣ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୮୪ ରନ୍ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନ ମାତ୍ର ଦୁଇ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଏହା ପୂର୍ବରୁ ଭାରତ ବାଂଲାଦେଶକୁ ୭ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।

Get real time updates directly on you device, subscribe now.