fbpx
BJD SKY
BJD SKY

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଖେଳାଳି ମାନେ ପିନ୍ଧିଛନ୍ତି କଳା ବ୍ୟାଣ୍ଡ, ହେଲେ କାହିଁକି?

BJD

ଓଡିଶା ଭାସ୍କର; ବିଶ୍ୱକପକୁ ନେଇ ଆଜି ଇକାନା କ୍ରିକେଟ୍‌ ଷ୍ଟାଡିୟମରେ ଜାରି ରହିଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଢେଇ । ଏହି ଦୁଇ ଶକ୍ତିଶାଳୀ କ୍ରିକେଟ ଟିମ୍ ମଧ୍ୟରେ ଅତି ରୋମାଞ୍ଚକପୂର୍ଣ୍ଣ ମ୍ୟାଚ ଚାଲୁ ରହିଥିବା ବେଳେ ସମସ୍ତ ଖେଳାଳି କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଆସିଛନ୍ତି। ତେବେ କେଉଁ କାରଣରୁ ଭାରତୀୟ ଖେଳାଳି ମାନେ କଳା ବ୍ୟାଣ୍ଡ ପିନ୍ଧିଛନ୍ତି ସେନେଇ ଅନେକ ଯାଗାରେ ଚର୍ଚ୍ଚା ଦେଖିବାକୁ ମିଳିଛି । ବିଶ୍ୱକପର ୨୯ତମ ମ୍ୟାଚରେ ଭାରତୀୟ ଦଳର ସମସ୍ତ ଖେଳାଳି ମାନେ ଏକ ବିଶେଷ କାରଣ ପାଇଁ କଳା ବ୍ୟାଣ୍ଡ ପିନ୍ଧିଛନ୍ତି ।

ସୂଚନା ଥାଉକି, ଚଳିତ ଅକ୍ଟୋବର ୨୩ ତାରିଖ ଦିନ ଭାରତର ପୂର୍ବତନ ଲୋକପ୍ରିୟ କ୍ରିକେଟର ବିଶ୍ୱ ସିଂ ବେଦିଙ୍କ ଦେହାନ୍ତ ଘଟିଛି । ଏହାକୁ ନେଇ ସ୍ୱର୍ଗତ ବେଦିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଭାରତୀୟ ଦଳର ଖେଳାଳି ମାନେ କଳା ବ୍ୟାଣ୍ଡ୍‌ ପିନ୍ଧିଛନ୍ତି। ମ୍ୟାଚ ଆରମ୍ଭରୁ ଖେଳାଳିମାନେ ବାହୁରେ କଳା ବ୍ୟାଣ୍ଡ ପିନ୍ଧି ପଢିଆକୁ ଓଲ୍ହାଇଥିଲେ । ତେବେ ସମସ୍ତ ଖେଳାଳି କଳା ବ୍ୟାଣ୍ଡ୍‌ ପିନ୍ଧିବାକୁ ନେଇ ଟୁଇଟର ହ୍ୟାଣ୍ଡେଲ ଜରିଆରେରେ ବିସିସିଆଇ ମଧ୍ୟ ଏହି ସୂଚନା ଦେଇଛି।

ଏଠାରେ କହି ରଖୁଛୁ ଯେ, ବିଶ୍ୱ ସିଂ ବେଦିଙ୍କ ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଭାରତୀୟ ଦଳର ସେ ସର୍ବଶ୍ରେଷ୍ଠ ସ୍ପିନର ଥିଲେ। ୧୯୪୬ ସେପ୍ଟେମ୍ବର ୨୫ରେ ବେଦି ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ । ୧୯୬୬ରେ ବେଦି ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ । ୧୯୭୯ରେ ଅବସର ନେବା ପୂର୍ବରୁ ବେଦି ୬୭ଟି ଟେଷ୍ଟ ମ୍ୟାଚ ଖେଳିଥିଲେ ଏବଂ ହାରାହାରି ୨୮.୭୧ରେ ୨୬୬ ଉଇକେଟ ନେଇଥିଲେ। ଏହି ଅବଧିରେ ସେ ଭାରତରୁ ସର୍ବାଧିକ ଉଇକେଟ ନେଇଥିବା ବୋଲର ଭାବେ ପରିଚୟ ସୃଷ୍ଟି କରିପାରିଥିଲେ । ସେହିପରି ୧୯୭୬ରେ ସେ ଉଇକେଟ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ନିଯୁକ୍ତି ମଧ୍ୟ ପାଇଥିଲେ । ଏହା ସହ କ୍ରିକେଟ ଜଗତରେ ସେ ଅନେକ ଖ୍ୟାତି ଅର୍ଜନ କରିଥିଲେ ।

Get real time updates directly on you device, subscribe now.