fbpx

ରେଲୱେ କର୍ମଚାରୀଙ୍କୁ ଦିପାବଳୀ ଉପହାର! ୧୧.୫୬ ଲକ୍ଷ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ

Advertisement

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଏହାର କର୍ମଚାରୀଙ୍କ ପାଇଁ ବଡ଼ ପୁରସ୍କାରର ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ବୈଠକରେ ବୋନସ ଉପରେ ନିଷ୍ପତି ନିଆଯାଇଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏହା ରେଲୱେ କର୍ମଚାରୀଙ୍କୁ ଦଶହରା ପୂର୍ବରୁ ମିଳିବ । ଏହି ବୋନସ ଦ୍ୱାରା ରେଳବାଇର ପ୍ରାୟ ୧୧.୫୬ ଲକ୍ଷ କର୍ମଚାରୀଙ୍କୁ ଫାଇଦା ମିଳିବ ।

ମିିଳିଥିବା ସୂଚନା ଅନୁସାରେ କର୍ମଚାରୀଙ୍କୁ ୧୮୦୦୦ ଟଙ୍କା ପର୍ଯ୍ୟନ୍ତ ବୋନସ ମିଳିବ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ସାଧାରଣତଃ ବୋନସ ୭୨ ଦିନର ମିିଳିଥାଏ । ମାତ୍ର ସରକାର ୭୮ ଦିନର ବୋନସ ଦେଉଛନ୍ତି । ତେବେ ଏହି ବୋନସ ଆରପିଏଫ ଏବଂ ଆରପିଏଫଏସ କର୍ମଚାରୀଙ୍କୁ ଛାଡ଼ି ସବୁ କର୍ମଚାରୀଙ୍କୁ ମିଳିବ, ଏବଂ ଏଥିପାଇଁ ୧୯୮୫ କୋଟି ଟଙ୍କା ଖର୍ଚ୍ଚ ହେବ ।

Get real time updates directly on you device, subscribe now.