fbpx

ହକି ବିଶ୍ୱକପ୍ ୨୦୨୩ ପଇଁ ଭାରତୀୟ ଦଳ ଘୋଷଣା, ଓଡ଼ିଶାର ଅମିତ ରୋହିଦାସ୍‌ଙ୍କୁ ଉପ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ୨୦୨୩ ହକି ବିଶ୍ୱକପ୍ ପଇଁ ୧୮ ଜଣିଆ ଭାରତୀୟ ଦଳ ଷୋଷଣା ହୋଇଛି। ଓଡ଼ିଶାରୁ ଦୁଇ ଜଣ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ ହରମନ ପ୍ରିତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ଓଡ଼ିଶାର ଅମିତ ରୋହିଦାସ୍‌ଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ଅମିତଙ୍କ ସହିତ ସଂଜୀବ ନିଲମ ଖେସ୍‌ଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । ଜାନୁଆରୀ ୧୩ ତାରିଖରୁ ଓଡ଼ିଶାର ଭୁବନେଶ୍ୱର ଏବଂ ରାଉରକେଲାରେ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ।

ଇଂଲଣ୍ଡ, ସ୍ପେନ୍ ଏବଂ ୱେଲ୍ସ ସହିତ ପୁଲ୍ ଡିରେ ଭାରତୀୟ ଦଳ ସ୍ଥାନ ପାଇଛି । ୧୩ ଜାନୁୟାରୀ ୨୦୨୩ ରେ ରାଉରକେଲାର ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଏହାର ଅଭିଯାନ ଆରମ୍ଭ କରିବ । ଡ୍ରାଗ୍‌-ଫ୍ଲିକର୍ ହରମାନପ୍ରୀତ ଭାରତକୁ ନେତୃତ୍ୱ କରିବେ । ଉପ-ଅଧିନାୟକ ଭାବେ ଅମିତ ରୋହିଦାସଙ୍କୁ ନିଯୁକ୍ତ କରାଯାଇଛି । ବେଙ୍ଗାଲୁରୁର ସାଇ ସେଣ୍ଟରରେ ଦୁଇ ଦିନିଆ ପରୀକ୍ଷା ପରେ ଏହି ଦଳକୁ ଚୟନ କରାଯାଇଛି ଯେଉଁଠାରେ ୩୩ ଖେଳାଳିଙ୍କୁ ପରୀକ୍ଷା କରାଯାଇଥିଲା ।

ଘରୋଇ ମାଟରେ ଖେଳାଯାଉଥିବା ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କୁ ନେଇ ଟିମ୍ ଗଠନ କରିଛି । ଚତୁର୍ଥ ବିଶ୍ୱକପ୍ ଏବଂ ଘରୋଇ ମାଟିରେ ତୃତୀୟ ଖେଳୁଥିବା କ୍ରିଷ୍ଣ ବି ପୃଥକ୍ ଏବଂ ଚଜ ଶ୍ରୀଜେଶଙ୍କୁ ଗୋଲକିପର ଭାବେ ମନୋନୀତ କରାଯାଇଛି । ଉପ-ଅଧିନାୟକ ରୋହିଦାସ, ସୁରେନ୍ଦର କୁମାର, ବରୁଣ କୁମାର, ଜରମନପ୍ରୀତ ସିଂ ଏବଂ ନୀଲମ ସଞ୍ଜୀବ ଜେସଙ୍କ ସହ କ୍ୟାପଟେନ ହରମାନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ଦଳର ଡିଫେନ୍ସ ବିଭାଗ ସମ୍ଭାଳିବେ ।

ମିଡଫିଲ୍ଡରେ ଯୁବ ବିବେକ ସାଗର ପ୍ରସାଦଙ୍କ ସହ ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଲକାନ୍ତ ଶର୍ମା, ଶ୍ୟାମଶର ସିଂ ଏବଂ ଅଭିଜ୍ଞ ଆକାଶଦୀପ ସିଂ ରହିବେ । ଫରୱାର୍ଡରେ ମନଦୀପ ସିଂ, ଲଲିତ କୁମାର ଉପାଧ୍ୟାୟ ଏବଂ ଯୁବ ଅଭିଷେକ ଏବଂ ସୁଖଜିତ ସିଂ ପ୍ରମୁଖ ରହିବେ ଯେଉଁମାନେ ଚଳିତ ବର୍ଷ ଆରମ୍ଭରେ ଡେବ୍ୟୁ କରିବା ପରେ ତଙ୍କର ଦକ୍ଷତା ବଳରେ ଚୟନ କମିଟିକୁ ପ୍ରଭାବିତ କରି ପାରିଛନ୍ତି ।

ଭାରତୀୟ  ଟିମ: କ୍ରିଷ୍ଣ ବାହାଦୂର ପାଠକ, ଶ୍ରୀଜେଶ ରବୀନ୍ଦ୍ରନ, ହରମନପ୍ରୀତ ସିଂ, ସୁରେନ୍ଦ୍ର କୁମାର,ଜରମନପ୍ରୀତ ସିଂ, ବରୁଣ କୁମାର, ଅମିତ ରୋହିଦାସ ରହିଛନ୍ତି । ସେହିପରି ନୀଲମ ସଂଜୀବ ଖେସ୍, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଳକଣ୍ଠ ଶର୍ମା, ସାମସେର ସିଂ, ବିବେକ ସାଗର ପ୍ରସଦା, ଅକ୍ଷଦୀପ ସିଂ, ମନଦୀପ ସିଂ, ଲଳିତ ଉପାଧ୍ୟାୟ, ଅଭିଷେକ, ସୁଖଜିତ ସିଂ । ବିକଳ୍ପ ଖେଳାଳି ଭାବେ ରହିଛନ୍ତି ରାଜକୁମାର ପାଲ ଓ ଯୁଗରାଜ ସିଂ ।

Get real time updates directly on you device, subscribe now.