ନୂଆଦିଲ୍ଲୀ: ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଏହି ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଅଧିନାୟକ ଘୋଷଣା କରାଯାଇଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷରେ ପେସ୍ ବୋଲର ଦୀପକ ଚହର ଦୀର୍ଘଦିନର ବ୍ୟବଧାନ ପରେ ଦଳକୁ ଫେରିଛନ୍ତି ।
ଟିମ୍ ଇଣ୍ଡିଆ: ଶିଖର ଧାୱନ (ଅଧିନାୟକ), ଋତୁରାଜ ଗାୟକୱାଡ଼, ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଈଶାନ କିଶନ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, କୁଲଦୀପ ୟାଦବ, ଅକ୍ଷର ପଟେଲ, ଆବେଶ ଖାନ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର ।
ଜିମ୍ବାୱେ ଗସ୍ତ ପାଇଁ ରାହୁଲ ତ୍ରିପାଠୀଙ୍କୁ ଦଳରେ ସାମିଲ କରାଯାଇଛି । ତେଣୁ ସେ କିପରି ପ୍ରଦର୍ଶନ କରୁଛନ୍ତି ତା’ ଉପରେ ସଭିଙ୍କ ନଜର ରହିବ । ଦୀପକ ଚହର ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ସିରିଜ୍ ମାଧ୍ୟମରେ ସେ ତାଙ୍କର ଫିଟନେଟ ପ୍ରମାଣ ସାବ୍ୟସ୍ତ କରିବେ । ଆଘାତ ଜନିତ କାରଣରୁ ଆଇପିଲ ୨୦୨୨ର ପୂରା ସିଜିନରୁ ଦୀପକ ବାଦ୍ ପଡ଼ିଥିଲେ ।
#TeamIndia for 3 ODIs against Zimbabwe: Shikhar Dhawan (Capt), Ruturaj Gaikwad, Shubman Gill, Deepak Hooda, Rahul Tripathi, Ishan Kishan (wk), Sanju Samson (wk), Washington Sundar, Shardul Thakur, Kuldeep Yadav, Axar Patel, Avesh Khan, Prasidh Krishna, Mohd Siraj, Deepak Chahar.
— BCCI (@BCCI) July 30, 2022