fbpx
BSKY
BJD MC SKY
BJD YOUTH SKY

OTTରେ ଅଧିକ ଖର୍ଚ୍ଚ କରୁଛନ୍ତି ଭାରତୀୟ ୟୁଜର୍ସ

ନୂଆଦିଲ୍ଲୀ : ମନୋରଞ୍ଜନକୁ ନେଇ ଭାରତୀୟମାନଙ୍କ ମଧ୍ୟରେ ଖର୍ଚ୍ଚର ପରିମାଣ ବଢିବାରେ ଲାଗିଛି । ଭାରତରେ ଏବେ ନେଟଫ୍ଲିକ୍ସ ଏବଂ ଆମାଜୋନ ଏତେ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି ଯାହା ମାସିକ ମୋବାଇଲ ରିଚ୍ଚାର୍ଜ ଠାରୁ ମଧ୍ୟ ଅଧିକ । ଟେକନୋଲୋଜି ଏବଂ ପଲିସି ରିସର୍ଚ୍ଚ ଫାର୍ମ ଏସିଆ ସେଣ୍ଟର ରିପୋର୍ଟ ଅନୁସାରେ ଭାରତର ସାଧାରଣ ଗ୍ରାହକ ଅନଲାଇନ ଗେମରେ ପ୍ରତି ମାସ ୧୦୦ରୁ କମ ଏବଂ ଓଟିଟିରେ ୨୦୦ରୁ-୪୦୦ରୁ କମ ଟଙ୍କା ଖର୍ଚ୍ଚ କରୁଛନ୍ତି । ମୋବାଇଲ କମ୍ପାନୀଗୁଡିକ ପ୍ରତି ଉପଭୋକ୍ତା ରୋଜଗାର ବର୍ତ୍ତମାନ ସୁଦ୍ଧା୨୦୦ରୁ କମ ରହିଛି ।

ଅହମଦାବାଦର ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ଏକ ସର୍ଭେରୁ ଜଣାପଡିଛି ପ୍ରତିଦିନ ସୋସିଆଲ ମିଡିଆରେ ଅଧିକ ୧୯୪ ମିନିଟ , ଅନଲାଇନ ଗେମରେ ୪୬ ମିନିଟ ଏବଂ ଓଟିଟିରେ ୪୪ ମିନିଟ ବିତାଉଛନ୍ତି । ଏହି ରିର୍ପୋଟ ଦିଲ୍ଲୀ ଏନସିଆର, ବେଙ୍ଗାଲୁର, ଚେନ୍ନାଇ, ମୁମ୍ବାଇ, କୋଲକାତା, ପାଟଣା, ମହିଶୁର, ଲକ୍ଷେ୍ନø,ଜୟପୁର ଏବଂ ଭୋପାଳର ୨,୦୦୦ ଉତ୍ତରଦାତାଙ୍କ ମତାମତ ଉପରେ ଆଧାରିତ । ଏହାସହିତ ୧୪୩ ଟି ମୋବାଇଲ ଆପ୍ଲିକେସନ ମଧ୍ୟରେ ୨୦.୬ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ଇନ-ଅପ ତଥ୍ୟ ଉପରେ ଆଧାରିତ ।

ଅନଲାଇନ ଗେମ ଉପରେ ନୀତି ନିର୍ମାତାଙ୍କ ଚିନ୍ତା ହେଉଛି ଉପଭୋକ୍ତାଙ୍କର ସମୟ ଏବଂ ଖର୍ଚ୍ଚ ହୋଇଥିବା ଅର୍ଥ । ଅନଲାଇନ ଗେମ ଉପରେ ଲଗାଯାଇଥିବା ଜିଏସଟି ୧୮ ପ୍ରତିଶତରୁ ବଦଳାଇ ୨୮ ପ୍ରତିଶତ କରିଛନ୍ତି । ଯାହା ଦ୍ୱାରା ଜିଏସଟି ଉଦ୍ୟଗି ଉପରେ ୩୫୦ରୁ ୪୦୦ ପ୍ରତିଶତ ଖର୍ଚ୍ଚ ବଢିଯାଇଛି ।

ଦେଖିବାକୁ ଗଲେ ଭାରତୀୟ ଲୋକମାନେ ଓଟିଟିରେ ୨୦୦ରୁ ୪୦୦ ଖର୍ଚ୍ଚ କରୁଛନ୍ତି । ଅନ୍ୟପକ୍ଷରେ ମୋବାଇଲ କମ୍ପାନୀର ୟୁଜର୍ସ ଯାହାକୁ ଟେକନିକାଲ ଭାଷାରେ ଆର୍ପୁ କୁହାଯାଏ ତାହା ଏବେ ୨୦୦ରୁ କମ ଅଟେ । କେବଳ ଏୟାରଟେଲର ଆର୍ପିୁ ପ୍ରାୟ ୨୦୦ ଟଙ୍କା ଥିବା ବେଳେ ଭୋଡାଫୋନର ଆର୍ପୁି ୧୩୫ ଟଙ୍କାରୁ ଟିକେ ଅଧିକ । ଏହା ଛଡା ଜିଓ ଉପଭୋକ୍ତା ପାଇଁ ମାତ୍ର ୧୭୦ରୁ ୧୮୯ ଟଙ୍କା ରୋଜଗାର କରିବା ପାଇଁ ସକ୍ଷମ ।

Get real time updates directly on you device, subscribe now.