fbpx

Olympics-2024; ହକିରେ ଭାରତର ବୃହତ୍ ବିଜୟ: ଅଷ୍ଟ୍ରେଲିଆକୁ ୩-୨ରେ ହରାଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ନିଜ ଜଲୱା ଦେଖାଇଛି ଭାରତୀୟ ହକି ଦଳ । ଅଲିମ୍ପିକ୍ସରେ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ହକିରେ ଶେଷ ଗ୍ରୁପ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ରେ ହରାଇ ଏହି ବିଜୟ ହାସଲ କରିଛି ଭାରତ । ଏହି ବିଜୟ ସହ ଏକ ଇତିହାସ ସୃଷ୍ଟି କରିଛି ଟିମ ଇଣ୍ଡିଆ । ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ଅଲିମ୍ପିକରେ ପରାସ୍ତ କରିବାରେ ସଫଳ ହୋଇଛି । ୧୯୭୨ ମସିହା ପରେ ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆକୁ ଚକମା ଦେଇ ଭାରତ ଗ୍ରୁପ-ବି’ର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ।

ଗ୍ରୁପ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଅଗଷ୍ଟ ୪ ତାରିଖରେ କ୍ୱାର୍ଟର ଫାଇନାଲ ଖେଳିବ ଟିମ ଇଣ୍ଡିଆ । ଏହି ମ୍ୟାଚରେ ଗ୍ରୁପ୍-ଏ’ର ତୃତୀୟ ସ୍ତାନରେ ରହିଥିବା ଦଳକୁ ଭେଟିବ ଭାରତ । ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ, ଜର୍ମାନୀ ଏବଂ ବ୍ରିଟେନ୍ ମଧ୍ୟରୁ ଗୋଟିଏ ଦଳ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିପାରନ୍ତି ବୋଲି ଆଶା କରାଯାଉଛି । ଗ୍ରୁପ-ଏ’ରୁ ନେଦରଲାଣ୍ଡ ଏବଂ ସ୍ପେନ ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଗ୍ରୁପ୍-ବି’ରୁ ଭାରତ ଏବଂ ଅଷ୍ଟ୍ରେଲିଆ ବ୍ୟତୀତ ବେଲଜିୟମ୍ ଏବଂ ଆର୍ଜେଣ୍ଟିନା ମଧ୍ୟ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଗ୍ରୁପ ମ୍ୟାଚର ସମସ୍ତ ମ୍ୟାଚରେ ବିଜୟୀ ହୋଇ ବେଲଜିୟମ୍ ପ୍ରଥମ ସ୍ଥାନରେ ସେମି ଫାଇନାଲକୁ ପ୍ରବେଶ କରିଥିବା ବେଳେ ଦ୍ୱିତୀୟରେ ଭାରତ, ତୃତୀୟରେ ଅଷ୍ଟ୍ରେଲିଆ ଏବଂ ଚତୁର୍ଥରେ ଆର୍ଜେଣ୍ଟିନାକୁ ସୁଯୋଗ ମିଳିଛି ।

ମ୍ୟାଚ ଆରମ୍ଭରୁ ଟିମ ଇଣ୍ଡିଆ ଆକ୍ରମଣାତ୍ମକ ଆରମ୍ଭ କରିଥିଲା । ତେବେ ପ୍ରଥମ କ୍ୱାର୍ଟରର ୧୨ ମିନିଟରେ ଟିମ ଇଣ୍ଡିଆକୁ ପ୍ରଥମ ସଫଳତା ଦେଇଥିଲେ ଅଭିଷେକ । ଏହାପରେ ଅଧିନାୟକ ହରମନପ୍ରୀତ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଆଉ ଏକ ଗୋଲ୍ ହାସଲ କରିଥିଲେ । ତେବେ ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଟିମ ଇଣ୍ଡିଆ ୨-୦ରେ ଆଗୁଆ ରହିଥିଲା । ଏହାପରେ ତୃତୀୟ କ୍ୱାର୍ଟରରେ ତୃତୀୟ ଗୋଲ୍ ହାସଲ କରି ଭାରତ ଅଷ୍ଟ୍ରେଲିଆ ଉପରେ ବାଜିମାତ୍ କରିଛି । ମ୍ୟାଚ ଶେଷ ସୁଦ୍ଧା ଟିମ ଇଣ୍ଡିଆ ୩-୨ରେ ଆଗୁଆ ରହି ମ୍ୟାଚରେ ବିଜୟ ହାସଲ କରିଛି ।

 

Get real time updates directly on you device, subscribe now.