fbpx

ଇତିହାସ ସୃଷ୍ଟି କଲେ ଭାରତୀୟ ବକ୍ସର: ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଦେଶ ପାଇଁ ଜିତିଲେ ୩ ଟି ପଦକ

Advertisement

ନୂଆଦିଲ୍ଲୀ: ଉଜବେକିସ୍ତାନର ରାଜଧାନୀ ତସକେଣ୍ଟରେ ଚାଲିଥିବା ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟ ବକ୍ସରମାନେ ତିନୋଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ତେବେ ସେମିଫାଇନାଲ ଲଢେଇରେ ତିନିଜଣ ଭାରତୀୟ ବକ୍ସରଙ୍କ ପକ୍ଷରେ ଭାଗ୍ୟ ନଥିଲା।

କିନ୍ତୁ ଏହି ଟୁର୍ନାମେଣ୍ଟ ଇତିହାସରେ ପୁରୁଷ ବକ୍ସରଙ୍କ ଦ୍ୱାରା ଏହା ସର୍ବୋତ୍ତମ ପ୍ରଦର୍ଶନ। ଏହାପୂର୍ବରୁ ମସିହାରେ ଅମିତ ପାଙ୍ଗଲ ରୌପ୍ୟ ପଦକ ଜିତିଥିଲେ ଏବଂ ମନୀଷ କୌଶିକ ବ୍ରୋଞ୍ଜ ପଦକ ଜିତିଥିଲେ ଏବଂ ଏହା ଭାରତୀୟ ଦଳର ସର୍ବୋତ୍ତମ ପ୍ରଦର୍ଶନ ଥିଲା। କିନ୍ତୁ ଏଥର ଭାରତୀୟ ମହମ୍ମଦ ହୁସାମୁଦିନ (୫୭ କୋଜି), ଦୀପକ ଭୋରିଆ (୫୧ କେଜି) ଓ ନିଶାନ୍ତ ଦେବ ଭାରତ ପାଇଁ କାଂସ୍ୟ ପଦକ ଅର୍ଜନ କରିଛନ୍ତି ।

ଭାରତୀୟ ବକ୍ସର ସେମି ଫାଇନାଲରେ ପ୍ରବେଶ କରିଥିଲେ ହେଁ ଆଗକୁ ବଢି ପାରିନଥିଲେ । ମହମ୍ମଦ ଆଣ୍ଠୁରେ ଯନ୍ତ୍ରଣା ଯୋଗୁଁ ସେମି ଫାଇନାଲ ଲଢି ପାରିନଥିବା ବେଳେ ଅନ୍ୟ ଦୁଇ ବକ୍ସର ସେମିରେ ହାରିଯିବା ସହ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

Get real time updates directly on you device, subscribe now.