fbpx
BJD SKY
BJD SKY

୨୦୩୦ ସୁଦ୍ଧା ଭାରତର ନିର୍ମାଣ କ୍ଷେତ୍ରରେ ସୃଷ୍ଟି ହେବ ୧୦ କୋଟିରୁ ଅଧିକ ନିଯୁକ୍ତି: ରିପୋର୍ଟ

BJD

ନୂଆଦିଲ୍ଲୀ: ଭାରତ ଏକ ବିକଶିତ ଦେଶ ହୋଇଥିବା ବେଳେ ପ୍ରତ୍ୟେକ ଦିନ ଭାରତରେ ନିର୍ମାଣ ଜାରି ରହିଛି । ବର୍ତ୍ତମାନ ଭାରତର ନିର୍ମାଣ କ୍ଷେତ୍ରରେ ପ୍ରାୟ ୭୧ ମିଲିୟନ୍ କିମ୍ବା ୭.୧ କୋଟି ଲୋକ କାର୍ଯ୍ୟ କରୁଥିବା ବେଳେ ୨୦୩୦ ସୁଦ୍ଧା ଏହା ୧୦୦ ମିଲିୟନ ବା ୧୦ କୋଟି ପାର୍ କରିପାରେ । ନିକଟରେ ‘ନାଇଟ୍ ଫ୍ରାଙ୍କ୍ ଇଣ୍ଡିଆ’ ଏବଂ ‘ରୟାଲ ଇନଷ୍ଟିଚ୍ୟୁଟ୍ ଅଫ ଚାର୍ଟରେଡ୍ ସର୍ଭେ’ (ଆରଆଇସି) ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁଯାୟୀ ନିର୍ମାଣ କ୍ଷେତ୍ରର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । ଯାହା ଭାରତରେ ଦ୍ୱିତୀୟ ସର୍ବାଧିକ ନିଯୁକ୍ତି ପ୍ରଦାନ କରିଥାଏ ।

ଏହି ରିପୋର୍ଟରେ କୁହାଯାଇଛି ଭାରତର ରିଅଲ ଇଷ୍ଟେଟ୍ ସେକ୍ଟର ୨୦୩୦ ସୁଦ୍ଧା ୧ ଟ୍ରିଲିୟନ ଡଲାର ଛୁଇଁପାରେ । ଯାହା ବର୍ତ୍ତମାନ ୬୫୦ ବିଲିୟନ ଡଲାର ରହିଛି । ଏହି ରିପୋର୍ଟ ଭାରତର ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୁଶଳୀ ଶ୍ରମିକ ମାନଙ୍କ ବିଷୟରେ ମଧ୍ୟ ଆଲୋକପାତ କରିଛି । ଭାରତୀୟ ରିଅଲ ଇଷ୍ଟେଟ୍ କ୍ଷେତ୍ର ନିରନ୍ତର ବୃଦ୍ଧି ପାଉଛି, ଯାହା ଅଧିକରୁ ଅଧିକ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହିତ କୁଶଳୀ ଶ୍ରମିକ ମଧ୍ୟ ଆବଶ୍ୟକ କରୁଛି । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ନିର୍ମାଣ କ୍ଷେତ୍ରର ଉତ୍ପାଦନ କ୍ଷମତା ବୃଦ୍ଧି କରିବ, ଯାହା କୁଶଳୀ ଶ୍ରମିକ ମଧ୍ୟ ଆବଶ୍ୟକ କରିବ ।

ଭାରତର ଦ୍ୱିତୀୟ ସର୍ବାଧିକ ନିଯୁକ୍ତି ପ୍ରଦାନ କରୁଛି ନିର୍ମାଣ କ୍ଷେତ୍ର: 

ରିପୋର୍ଟ ଅନୁଯାୟୀ ନିର୍ମାଣ କ୍ଷେତ୍ର ଭାରତରେ ଦ୍ୱିତୀୟ ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଛି । ଯାହା ୨୦୨୩ ସୁଦ୍ଧା ୭.୧ କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଛି । ତେବେ ଏଥିରୁ ମାତ୍ର ୧୯ ପ୍ରତିଶତ କୁଶଳୀ ଶ୍ରମିକ ହୋଇଥିବା ବେଳେ ୮୧ ପ୍ରତିଶତ ଅଣକୁଶଳୀ ଶ୍ରମିକ ଅଟନ୍ତି । ତେବେ ଏହି ରିପୋର୍ଟ ପରାମର୍ହ ଦେଇଛି ଯେ, ଭାରତକୁ ଆଗାମୀ ଦିନରେ ନିର୍ମାଣ କ୍ଷେତ୍ରରେ କୁଶଳୀ ଶ୍ରମିକଙ୍କ ସଂଖ୍ୟା ବଢାଇବାକୁ ପଡ଼ିବ । ଯେଉଁଥି ପାଇଁ ସରକାରଙ୍କୁ କିଛି ଗଠନ ମୂଳକ ପଦକ୍ଷେପ ନେବାକୁ ପଡ଼ିବ ।

ଜାତୀୟ ଦକ୍ଷତା ବିକାଶ ପରିଷଦ (NSDC) ର ଆକଳନ ଅନୁଯାୟୀ, ସମୁଦାୟ ଶ୍ରମିକଙ୍କ ୮୭ ପ୍ରତିଶତ (କୁଶଳୀ ଏବଂ ଅଣକୁଶଳୀ) ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ କାର‌୍ୟ୍ୟ କରୁଥିବାବେଳେ ଅବଶିଷ୍ଟ ୧୩ ପ୍ରତିଶତ ଭିତ୍ତିଭୂମି କ୍ଷେତ୍ରରେ ନିୟୋଜିତ ଅଛନ୍ତି। ସେହିଭଳି ୭୧ ମିଲିୟନ ସମୁଦାୟ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ୪.୪ ମିଲିୟନ ଇଞ୍ଜିନିଅର, ଟେକ୍ନିସିଆନ ଏବଂ କ୍ଲର୍କିକାଲ୍ କର୍ମଚାରୀଙ୍କ ସମେତ ମୂଳ କୁଶଳୀ କର୍ମଚାରୀ ଥିବାବେଳେ ୬.୯ ମିଲିୟନ ବୃତ୍ତିଗତ ତାଲିମପ୍ରାପ୍ତ କର୍ମଚାରୀ।

ଦୃଢ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହାର ସମ୍ଭାବନାକୁ ସୁଦୃଢ କରିବା ଏବଂ ନିଯୁକ୍ତି ଲକ୍ଷ୍ୟ ପୂରଣକୁ ସୁନିଶ୍ଚିତ କରିବା ପାଇଁ ନିର୍ମାଣ କ୍ଷେତ୍ରରେ ଦକ୍ଷତା ବ୍ୟବଧାନକୁ ସମାଧାନ କରିବାର ମହତ୍ଵକୁ ଏହି ରିପୋର୍ଟରେ ଦର୍ଶାଯାଇଛି।

Get real time updates directly on you device, subscribe now.