fbpx
BJD SKY
BJD SKY

ଆର୍ଥିକ ବର୍ଷ ୨୦୨୨-୨୩ରେ ଭାରତର ଜିଡିପି ଅଭିବୃଦ୍ଧି ୭% ରୁ ଅଧିକ ହେବ: ଆରବିଆଇ ଗଭର୍ଣ୍ଣର

BJD

ମୁମ୍ବାଇ: ଆର୍ଥିକ ବର୍ଷ ୨୦୨୨ -୨୩ରେ ୭ ପ୍ରତିଶତରୁ ଅଧିକ ଦ୍ରୁତ ଗତୀରେ ଭାରତର ଜିଡିପି ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଚଳିତ ବର୍ଷ କୃଷି କ୍ଷେତ୍ରରେ ଭଲ ଉତ୍ପାଦନ ହୋଇଛି ଏବଂ ସେବା କ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହା ସହିତ ସେ କହିଛନ୍ତି ଯେ, ଖୁଚୁରା ମୁଦ୍ରାସ୍ପିତି ଆଗାମୀ ଆକଳନ ୪.୭ ପ୍ରତିଶତରୁ କମ୍ ହେବ ବୋଲି ରିଜର୍ଭ ବ୍ୟାଙ୍କ ଆଶା କରୁଛି ।

କନଫେଡେରେସନ୍ ଅଫ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ତଦାରଖ କରାଯାଉଥିବା ପ୍ରାୟ ସମସ୍ତ ହାଇ-ଫ୍ରିକ୍ୱେନ୍ସି ସୂଚକ ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ଗତି ବଜାୟ ରଖିଛି ଏବଂ ଭାରତର ଅର୍ଥନୀତି ଯଦି ୭% ରୁ ଅଧିକ ହାରରେ ବଢେ ତେବେ ଏହା ଆଶ୍ଚର୍ଯ୍ୟଜନକ ନୁହେଁ ।

ସରକାର ଭିତ୍ତିଭୁମି କ୍ଷେତ୍ରରେ ଯଥେଷ୍ଟ ନିବେଶ କରିଛନ୍ତି । ଷ୍ଟିଲ୍ ଏବଂ ସିମେଣ୍ଟ କ୍ଷେତ୍ରରେ ଦେଖିବାକୁ ମିଳିଥିବା ଉତ୍ସାହ ସହିତ ଘରୋଇ ନିବେଶ ତିବ୍ର ଗତୀରେ ବୃଦ୍ଧି ପାଇବା ମଧ୍ୟ ଅର୍ଥନୀତି ପୁନଃ ଶିଖର ଆଡ଼କୁ ଯାଉଥିବାର ପ୍ରମାଣ । ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ଭାରତ ଅଭିବୃଦ୍ଧି ହାରକୁ ୬.୫% ପାଖାପାଖି ପଞ୍ଜିକରଣ କରିବା ଉଚିତ, ତଥାପି ଏହା ହ୍ରାସ ପାଇବାର ଆଶଙ୍କା ରହିଛି । ସେହିପରି ଖୁଚୁରା ମୁଦ୍ରାସ୍ଫୀତିର ପରବର୍ତ୍ତୀ ଆକଳନ ୪.୭ ପ୍ରତିଶତରୁ କମ୍ ହେବ ବୋଲି ଆରବିଆଇ ଆଶା କରିଛି । ଖାଦ୍ୟ ମୂଲ୍ୟ ହ୍ରାସ ହେତୁ ଏପ୍ରିଲରେ ଭାରତର ଗ୍ରାହକ ମୂଲ୍ୟ ମୁଦ୍ରାସ୍ଫୀତି (ସିପିଆଇ) ୧୮ ମାସର ୪.୭% କୁ ଖସି ଆସିଛି ।

Get real time updates directly on you device, subscribe now.