fbpx
BJD
BJD SKY
BJD SKY

ବାଂଲାଦେଶ ବିପକ୍ଷରେ ଖେଳିବ ଭାରତର ନୂଆ ଟିମ୍! ଏହି ଖେଳାଳିଙ୍କୁ ସୁଯୋଗ ଦେବେ ଅଧିନାୟକ ରୋହିତ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରି ଏସିଆ କପ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଆସନ୍ତାକାଲି ବାଂଲାଦେଶ ବିପକ୍ଷରେ ରୋହିତ ସେନା ସୁପର-୪ ଷ୍ଟେଜର ଶେଷ ମ୍ୟାଚ ଖେଳିବ । ତେବେ ଏହି ମ୍ୟାଚରେ କୋଚ୍ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ପୁଣିଥରେ ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିପାରନ୍ତି । ବିଶ୍ୱକପ ପ୍ରସ୍ତୁତି ପାଇଁ ଆଉ କିଛି ଖେଳାଳିଙ୍କୁ ସୁଯୋଗ ଦେଇ ସେମାନଙ୍କ ଆତ୍ମବିଶ୍ୱାସକୁ ବଢାଇବା ପାଇଁ ଦଳରେ ଏହି ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି ।

ଆସନ୍ତାକାଲିର ମ୍ୟାଚରେ ଫଳାଫଳ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ କିଛି ବିଶେେ ଫରକ ପଡ଼ିବ ନାହିଁ । କାରଣ ଏହି ମ୍ୟାଚ ପୂର୍ବରୁ ହିଁ ଭାରତ ଫାଇନାଲରେ ପ୍ରବେଶ କରିସାରିଛି । ତେଣୁ ଏହି ମ୍ୟାଚରେ ବାହାରେ ବସିଥିବା କିଛି ଖେଳାଳିଙ୍କୁ ସୁଯୋଗ ଦିଆଯାଇପାରେ । ତେବେ ଏହି ଦଳରେ ଓପନିଙ୍ଗ ଯୋଡ଼ିରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାପରେ ତୃତୀୟ ସ୍ଥାନରେ ବିରାଟ କୋହଲି ଖେଳିବା ମଧ୍ୟ ସୁନିଶ୍ଚିତ । ତେବେ ଦଳର ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ପରିବର୍ତ୍ତନ ହେବା ନେଇ ଅନୁମାନ କରାଯାଉଛି । ଏହି ମ୍ୟାଚରେ ଆହତ ସମସ୍ୟାରୁ ମୁକ୍ତ ହୋଇଥିବା ଶ୍ରେୟସ ଆୟର କିମ୍ବା ସୂର୍ଯ୍ୟକୁମାର ଯାଦବ କମବ୍ୟାକ କରିପାରନ୍ତି । ତେବେ ତାଙ୍କୁ ୩/୪ ନମ୍ବରରେ ଖେଳିବା ପାଇଁ ସୁଯୋଗ ଦେଇପାରନ୍ତି ଅଧିନାୟକ ରୋହିତ । ବିରାଟ କୋହଲିଙ୍କ ଫର୍ମକୁ ଦେଖି ତାଙ୍କୁ ବିଶ୍ରାମ ଦେବା ପାଇଁ ଚିନ୍ତା କରି ନ ପାରେ ଭାରତୀୟ ଦଳ । ଏହାପରେ କେ.ଏଲ ରାହୁଲଙ୍କ ଏହି ଫର୍ମକୁ ଜାରି ରଖିବା ପାଇଁ ଦଳରେ ତାଙ୍କୁ ସ୍ଥାନ ଦିଆଯିବ ।

ଏହାପରେ ୱିକେଟ କିପର ଇଶାନ କିଶାନ ଦମଦାର ଫର୍ମରେ ଥିଲେ ମଧ୍ୟ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିପାରେ । କାରଣ ବିଶ୍ୱକପ ପୂର୍ବରୁ ସୂର୍ଯ୍ୟକୁମାରଙ୍କୁ ମଧ୍ୟ ପ୍ରସ୍ତୁତ କରିବା ପାଇଁ ଚାହିଁବ ଟତିମ ଇଣ୍ଡିଆ । ତେବେ ଅଲରାଉଣ୍ଡର ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରୁ ଜଣକୁ ଦଳ ବିଶ୍ରାମ ଦେଇପାରେ । ତାଙ୍କ ସ୍ଥାନରେ ଉଭୟ ଅକ୍ସର ପଟେଲ ଏବଂ ଶାର୍ଦ୍ଦୁଳ ଠାକୁର ଦଳରେ ସ୍ଥାନ ପାଇପାରିବେ । ସେହିପରି ପେସ୍ ବୋଲର ଭାବରେ ଜଶପ୍ରୀତ ବୁମରାହଙ୍କ ଖେଳିବା ସମ୍ପୂର୍ଣ୍ଣ ସୁନିଶ୍ଚିତ । ତେଣୁ ବିଶ୍ୱକପ ପୂର୍ବରୁ ଶାମୀଙ୍କୁ ପ୍ରସ୍ତୁତ କରିବା ପାଇଁ ସିରାଜଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇପାରେ । ତାଙ୍କ ସ୍ଥାନରେ ଶାମୀ ଦଳକୁ କମବ୍ୟାକ କରିପାରନ୍ତି । ସ୍ପିନର ଭାବରେ କୁଳଦୀପ ଯାଦବଙ୍କ କେଳିବା ସୁନିଶ୍ଚିତ ।

ଭାରତର ସମ୍ଭାବ୍ୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶାନ/ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ/ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ଜଶପ୍ରୀତ ବୁମରାହ, ମହମ୍ମଦ ଶାମୀ ।

Get real time updates directly on you device, subscribe now.