fbpx

ଟିକା ନେଇଥିବା ଯାତ୍ରୀଙ୍କୁ ରିହାତି ଦେଉଛି ଇଣ୍ଡିଗୋ

AAKASH

ନୂଆଦିଲ୍ଲୀ:  ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ମାତ୍ର ବିକଳ୍ପ ଟିକା । ଏହାକୁ ନେଇ ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି । ହେଲେ ଟିକାକୁ ନେଇ ଅନେକ ଗୁଜବ ଉଠୁଥିବା ବେଳେ କିଛି ଲୋକଙ୍କ ମନରେ ଟିକାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏନେଇ ଲୋକଙ୍କୁ ଟିକା ନେବାରେ ଆଗ୍ରହ ସୃଷ୍ଟି କରିବାକୁ ଅନେକ ସରକାରୀ ଓ ବେସରକାରୀ ସ୍ତରରେ ନିଆରା ଢ଼ଙ୍ଗରେ ଉପହାର ମଧ୍ୟ ଘୋଷଣା କରାଯାଇଛି । ଯାହାକୁ ନେଇ ଲୋକାମାନେ ଆଗ୍ରହରେ ଟିକା ନେବେ ।

ସୂଚନାଅନୁଯାୟୀ ଦେଶରେ ଚାଲିଥିବା ଟିକାକରଣରେ ଯାତ୍ରୀଙ୍କ ପାଇଁ ଏକ ଉତ୍ସାହ ପ୍ରଦାନ କରୁଛି ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏଆର ଲାଇନ୍ସ । ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ଟିକେଟ ଉପରେ ରିହାତି ଘୋଷଣା କରିଛି । ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ “ଭ୍ୟାକ୍ସି ଫେୟାର’ ନାମରେ ଏକ ଅଫର ଲଞ୍ଚ କରାଯାଇଛି । ଏହି ଅଫର କେବଳ ଟିକା ନେଇଥିବା ଯାତ୍ରୀଙ୍କ ପାଇଁ ଲାଗୁ କରାଯିବ । ଏହା କମ୍ପାନୀ ତରଫରୁ କୁହାଯାଇଛି କି ଯେଉଁମାନେ ଟିକା ନେବା ପରେ ଇଣ୍ଡିଗୋ ବିମାନରେ ଯାତ୍ରା କରୁଛନ୍ତି ସେମାନଙ୍କୁ ଟିକେଟର ଦାମ ଉପରେ ୧୦ ପ୍ରତିଶତ ରିହାତି ଦିଆଯିବ ।

ତେବେ ଇଣ୍ଡିଗୋ ପକ୍ଷରୁ ଟ୍ୱିଟ୍ କରାଯାଇଛି କି ଏହି ଅଫର ସେହି ମାନଙ୍କୁ ମିଳିବ ଯେଉଁମାନେ ଟିକାର ଡୋଜ୍ ନେଇଥିବେ । ଏହା ସହ ଯାତ୍ରୀଙ୍କ ପାଖରେ ଟିକାକରଣର ପ୍ରମାଣପତ୍ର ରହିଥିବା ଜରୁରୀ । ଯଦି କୌଣସି ଲୋକ ଭୂଲ ସୂଚନା ଦେଇ ଏହି ଅଫରରୁ ଲାଭ ଉଠାଉଥିବେ ତେବେ ଚେକ୍ ଇନ୍ କାଉଣ୍ଟରରେ ଧରାପଡିବେ । ଏହା ପରେ ସେମାନଙ୍କ ଟାରୁ ରିହାତି ପାଇଥିବା ଅଫରରୁ ସେହି ପଇସା ଟିକେଟ୍ ଗଦଳରେ ଚାର୍ଜ ହିସାବରେ ଆଦାୟ କରାଯିବ ।

Get real time updates directly on you device, subscribe now.