fbpx

IndiGo ଲଞ୍ଚ କଲା Winter Sale: ଶସ୍ତାରେ ମିଳୁଛି ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରା, ସୁଯୋଗ କେବଳ ୩ ଦିନ ପାଇଁ ବୈଧ

ନୂଆଦିଲ୍ଲୀ: ଆଗକୁ କ୍ରିସମାସ ଓ ନୂଆ ବର୍ଷ ଆସୁଥିବା ବେଳେ ସମସ୍ତେ ଏହାକୁ ବଡ଼ ଧୁମଧାମରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ଦେଲେଣି । ଏହି ଅବସରରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଛୁଟି କଟାଇବାକୁ ସମସ୍ତେ ଇଚ୍ଛୁକ ଥାଆନ୍ତି । ତେବେ ଯାତ୍ରୀଙ୍କ ପସନ୍ଦଙ୍କୁ ଲକ୍ଷ୍ୟରେ ରଖି ଇଣ୍ଡିଗୋ ପକ୍ଷରୁ ଏକ ଶାନଦାର ଅଫର ଲଞ୍ଚ କରାଯାଇଛି । ଇଣ୍ଡିଗୋ ପକ୍ଷରୁ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ୱିଣ୍ଟର ସେଲ ଘୋଷଣା କରାଯାଇଛି ।

କମ୍ପାନୀ ମୁତାବକ, ଡିସେମ୍ବର ମାସ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ଅଫର ସେଲ୍ ପ୍ରକ୍ରିୟା ଜାରି ରହିବ । ଘରୋଇ ବିମାନ ପାଇଁ ୨,୦୨୩ ଟଙ୍କା ଓ ଅନ୍ତର୍ଜାତୀୟ ବିମାନ ପାଇଁ ୪,୯୯୯ ଟଙ୍କାରୁ ଅଫର ଆରମ୍ଭ ହେଉଛି । ଜାନୁଆରୀ ମାସ ୧୫ରୁ ଏପ୍ରିଲ ମାସ ୧୪ ତାରିଖ ମଧ୍ୟରେ ଯାତ୍ରୀମାନେ ଯାତ୍ରା କରିପାରିବେ । ଇଣ୍ଡିଗୋ ପକ୍ଷରୁ ଦୈନିକ ୧,୬୦୦ରୁ ଅଧିକ ବିମାନକୁ ସଞ୍ଚାଳିତ କରାଯିବା ସହିତ ତାହା ୭୬ଟି ଘରୋଇ ଲକ୍ଷ୍ୟସ୍ଥଳ ଓ ୨୬ଟି ଅନ୍ତର୍ଜାତୀୟ ଲକ୍ଷ୍ୟସ୍ଥଳକୁ ଯୋଡ଼ିଥାଏ ।

ଏହି ଅଫରକୁ ଅନ୍ୟ କୌଣସି ଅଫର କି ସ୍ମିମ ସହିତ ଯୋଡ଼ାଯାଇ ପାରିବ ନାହିଁ । ଇଣ୍ଡିଗୋର ଗ୍ରୁପ ବୁକିଂରେ ଏହି ଅଫର ମାନ୍ୟ ହେବ ନାହିଁ । ଏହି ଅଫର ନନଟ୍ରାନ୍ସଫରେବୁଲ, ନନଏକ୍ସଚେଞ୍ଜେବୁଲ ଓ ନନଇନକ୍ୟାଶେବୁଲ ଅଟେ । ଏକ ରିପୋର୍ଟ ମୁତାବକ, ଗତ ଅକ୍ଟୋବର ମାସରେ ଭାରତୀୟ ଏୟାରଲାଇନ୍ସରେ ୧.୧୪ ଗ୍ରାହକ ଯାତ୍ରା କରିଥିଲେ । ଗତବର୍ଷ ଅପେକ୍ଷା ଅକ୍ଟୋବରରେ ଘରୋଇ ବିମାନ ଯାତାୟତ ପାଖାପାଖି ୨୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.