ନୂଆଦିଲ୍ଲୀ: କରୋନା ମହାମାରୀ ପରେ ୫ ବର୍ଷ ଭିତରେ ବିଭିନ୍ନ ଭାଇରସକୁ ନେଇ ଭୟ ଦେଖିବାକୁ ମିଳିଛି । ଏହି ନୂଆ ଭାଇରସରେ ଏକ ଅଜବ ଲକ୍ଷଣ ଚିହ୍ନଟ ହୋଇଛି । ଜଣେ ରୋଗୀ ଏଥିରେ ସଂକ୍ରମିତ ହେବା ପରେ ନାଚୁଥିବାର ଦେଖାଯାଉଛି, ସେ ବି ଅଚେତ୍ ଅବସ୍ଥାରେ । ଏହି ରୋଗରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଲକ୍ଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସାରା ଦେଶରେ ଏହି ରୋଗ ଏବଂ ଏହାର ସଂକ୍ରମଣ ଚିନ୍ତାର ବିଷୟ ପାଲଟିଛି । ଏହି ଭାଇରସର ଇନଫେକ୍ସନରେ ବର୍ତ୍ତମାନ ୩୦୦ରୁ ଅଧିକ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି । ତେବେ ଏମାନଙ୍କ ମଧ୍ୟରେ ଅଧିକ ମହିଳା ରହିଥିବା ବେଳେ ସଂକ୍ରମଣ ହେଲେ ମହିଳା ନାଚୁଛନ୍ତି ।
ୟୁଗାଣ୍ଡାରେ ବ୍ୟାପୁଥିବା ଏହି ନୂଆ ଭାଇରସ ହେଉଛି ‘ଡିଙ୍ଗା ଡିଙ୍ଗା’ ଭାଇରସ । କରୋନା ପରେ ଏହି ଭାଇରସ ଏକ୍ସପର୍ଟଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ୟୁଗାଣ୍ଡା ବୁନ୍ଦୀବଗ୍ୟୋ ଜିଲ୍ଲାର ଅଧିକାଂଶ ମହିଳା ଏବଂ ଯୁବତୀ ଏହି ଡିଙ୍ଗା ଡିଙ୍ଗା ଭାଇରସରେ ଆକ୍ରାନ୍ତ ହେଉଛନ୍ତି । ରିପୋର୍ଟ ଅନୁସାରେ, ଏହି ରୋଗରେ ସଂକ୍ରମିତ ବେକାବୁ ହୋଇ ଅଚେତ ଅବସ୍ଥାରେ ଥରିଯାଆନ୍ତି । ରୋଗରେ ଆକ୍ରାନ୍ତ ଥରିଲେ ସେମାନେ ଡାନ୍ସ କରୁଥିବାର ଅନୁଭବ ହେଉଛି । ଏଥିରେ ଶରୀର ଥରିବା ସହ ପ୍ରବଳ ଜ୍ୱର ଏବଂ ଦୁର୍ବଳ ଅନୁଭବ ହୋଇଥାଏ । ବର୍ତ୍ତମାନ ସ୍ୱାସ୍ଥ୍ୟ ଏକ୍ସପର୍ଟ ଏହି ରୋଗକୁ ବୁଝିବା ଏବଂ ଏହାର ସମାଧାର ଖୋଜିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
યુગાન્ડામાં ફેલાયો ‘ડિંગા ડિંગા’ વાયરસ
ચેપ લગતા જ તાવની સાથે વ્યક્તિ નાચવા માંડે
300થી વધુ કેસ
.
.
VC : @thetatvaindia #NEWS #Uganda #virus #dingadinga pic.twitter.com/uaklVw48OQ— Dhruv Sanchaniya (@DhruvSanchania) December 19, 2024
ତେବେ ସଂକ୍ରମଣ ଅଧିକ ପରିମାଣରେ ହେଲେ, ଏହା ସଂକ୍ରମିତଙ୍କୁ ବାତ ଭଳି ରୋଗର ଶିକାର କରିପାରେ । ୟୁଗାଣ୍ଡାରେ ବୁନ୍ଦୀବଗ୍ୟୋର ଅଧିକାରୀ କହିଛନ୍ତି ଯେ, ୨୦୨୩ ମସିହାରେ ପ୍ରଥମେ ଏହି ଭାଇରସ୍ ଚିହ୍ନଟ ହୋଇଥିଲା । ଏହାପରେ ଭାଇରସର ଯାଞ୍ଚ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ପାଇନାହିଁ ରିସର୍ଚ୍ଚ ଟିମ୍ । ତେବେ ଏହି ଭାଇରସରେ କୌଣସି ମୃତ୍ୟୁ ମଧ୍ୟ ରେକର୍ଡ ହୋଇନାହିଁ ।
ରିପୋର୍ଟ ଅନୁସାରେ, ଡିଙ୍ଗା ଡିଙ୍ଗା ଭାଇରସରେ ସଂକ୍ରମିତ ଯୁବତୀ ନିଜ ଉପରେ ନିୟନ୍ତ୍ରଣ ହରାଇ ବସନ୍ତି ଏବଂ ଚେତାଶୂନ୍ୟ ହୋଇପଡ଼ନ୍ତି । ଏହି ଭାଇରସର ଲକ୍ଷଣ ଖୁବ ଆକ୍ରମକ ଭାବରେ ହୋଇଥାଏ, ଯାହାଦ୍ୱାରା ଶରୀର ଉପରେ ନିୟନ୍ତ୍ରଣ ନଥିଲେ ମଧ୍ୟ ଶରୀରର ସମସ୍ତ ଗତିବିଧି ଉପରେ ନିୟନ୍ତ୍ରଣ ରହିପାରିବ । ସଂକ୍ରମିତ ରୋଗୀ ଏହି ଭାଇରସ ଯୋଗୁଁ ଥରୁଥିବା ବେଳେ ଏହା ନାଚୁଥିବା ଭଳି ଦେଖାଯାଏ ।