fbpx

ରାଜ୍ୟରେ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ବର, ୨୬/୧୧(ଓଡିଶା ଭାସ୍କର) : ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଦେଶବ୍ୟାପୀ ଚକ ଅଖ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ୍‌ ୟୁନିଅନ । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ଡ଼ାକରା ଦିଆଯାଇଛି। ବନ୍ଦ ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ପିକଟେିଂ, ରାସ୍ତାରୋକ ଏହାସହ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୟୁନିୟନ ପକ୍ଷରୁ ରାସ୍ତାରୋକ କରିଛନ୍ତି ।

ସେହିପରି ରାଉରକେଲାର ବିର୍ସାମୁଣ୍ଡା ଛକ ସମେତ ବିଭିନ୍ନ ସ୍ଥାନରେ ପିକେଟିଂ , ବାଲେଶ୍ୱରରେ ଟ୍ରେନ, ଟ୍ରକ ବସ ଚଳାଚଳ ସମେତ ଦୋକାନ ବଜାର ବନ୍ଦ ରହିଛି। ରାୟଗଡ଼ା ଗୁଣପୁରରେ ଟାୟାର ଜାଳି ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମ୍ବଲପୁର , ବଣାଇ କୋଇଡ଼ା, ରାଜାମୁଣ୍ଡା, ଖୁଟୁଗାଁରେ ରାସ୍ତାରୋକ କରାଯାଇଛି।

୧୦ଟି ଟ୍ରେଡ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ଚକ ଅଖ ବନ୍ଦ ଡ଼ାକରା ଦିଆଯାଇଛି। ଏହାସହ ବନ୍ଦ ଡ଼ାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଛି। ଗାଡ଼ିମୋଟର, ଟ୍ରେନ, ବସ ଚଳାଚଳ ବନ୍ଦ ରଖିବାକୁ ସିଆଟିୟୁର ଆହ୍ୱାନ ଦିଆଯାଇଛି। ସେହିଭଳି କନ୍ଧମାଳ, ଭଦ୍ରକ, ଭୁବନେଶ୍ବର ସମତେ ଅନେକ ସ୍ଥାନରେ ଶ୍ରମିକ ସଂଗଠନମାନେ ଧାରଣା ଦେଇଛନ୍ତି।

Get real time updates directly on you device, subscribe now.