fbpx

କରୋନା ସ୍ଥିତିକୁ ନେଇ ଆରଏମଆରସି ନିର୍ଦ୍ଦେଶିକାଙ୍କ ସୂଚନା

ଭୁବନେଶ୍ୱର,୧୩ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଆଜି ସର୍ବାଧିକ ୧୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ସ୍ଥିତିକୁ ନେଇ ଆଜି ତାଜା ଅପଡେଟ ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । ସେ କହିଛନ୍ତି ଯେ, ‘ଗଞ୍ଜାମରେ ୩ ସପ୍ତାହ ତଳେ ଯାହା ପରିସ୍ଥିତି ଥିଲା, ତାହା ଏବେ ନାହିଁ । ବିଭିନ୍ନ ଜିଲ୍ଲାରେ ସିରୋ ସର୍ଭେ ଆରମ୍ଭ କରାଯାଇଛି । ୩ରୁ ୭ ଅଗଷ୍ଟ ମଧ୍ୟରେ ବ୍ରହ୍ମପୁରରେ ସିରୋ ସର୍ଭେ ହୋଇଥିଲା । ୨୮୩୦ ଜଣଙ୍କ ଆଣ୍ଡିବଡି ଟେଷ୍ଟଂ କରାଯାଇଥିଲା । ଏକ ତୃତୀୟାଂଶ ଲୋକଙ୍କ ପାଖରେ ଆଣ୍ଡିବଡି ସୃଷ୍ଟି ହୋଇସାରିଛି ।’

Get real time updates directly on you device, subscribe now.