fbpx

ଉପନିର୍ବାଚନକୁ ନେଇ ସିଇଓଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର,୧ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଉଭୟ ନିର୍ବାଚନ ମଣ୍ଡଳୀକୁ ପୋଲିଂ ପାର୍ଟି ପଠାଯାଇ ସାରିଥିବା ସୂଚନା ମିଳିଛି ।ଆଜି ସନ୍ଧ୍ୟା ୬ଟା ପରେ ଉଭୟ ଆସନରେ ନିର୍ବାଚନ ପ୍ରଚାର ବନ୍ଦ ହେବ । ସନ୍ଧ୍ୟା ୬ଟା ପରେ ବାହାର ଲୋକଙ୍କୁ ବାଲେଶ୍ୱର ଓ ତିର୍ତ୍ତୋଲ ଯିବା ମନା । ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ ହୋଇଛି । ବାଲେଶ୍ୱରରେ ୧୮୦୦ ଓ ତିର୍ତ୍ତୋଲରେ ୧୯୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରଚାର ବେଳେ କୋଭିଡ ନିୟମ ଭାଙ୍ଗ ଅଭିଯୋଗରେ ୫୨ଟି ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.