fbpx

Infosys ଅଧ୍ୟକ୍ଷ ରବି କୁମାରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆଇଟି ମେଜର ଇନଫୋସିସର ଅଧ୍ୟକ୍ଷ ପଦରୁ ରବି କୁମାର ଏସ ଇସ୍ତଫା ଦେଇଛନ୍ତି । କମ୍ପାନୀ ପକ୍ଷରୁ ଏନେଇ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚନା ଦିଆଯାଇଛି । ରବିଙ୍କ କାର୍ଯ୍ୟ ଦକ୍ଷତା ବଳରେ ବୋର୍ଡ ଅଫ୍ ଡାଇରେକ୍ଟର୍ସ ରେକର୍ଡ ସ୍ତରର ସଫଳତା ହାସଲ କରିଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ରବି ତାଙ୍କର ଇସ୍ତଫା ପଛର କାରଣ ନେଇ କିଛି ଉଲ୍ଲେଖ କରି ନାହାନ୍ତି ।

ଅଧ୍ୟକ୍ଷ ଭାବେ ରବି ଇନଫୋସିସ ଗ୍ଲୋବାଲ ସିର୍ଭିସର ନେତୃତ୍ୱ ନେଇଥିଲେ । ସେ ଡିଜିଟାଲ ଟ୍ରାନ୍ସଫର୍ମେସନ, କନସଲ୍ଟିଂ, ଟ୍ରାଡିସନାଲ ଟେକ୍ନୋଲୋଜି, ଇଞ୍ଜିନିୟରିଂ, ଡାଟା ଆଣ୍ଡ ଆନାଲିଟିକ୍ସ, କ୍ଲାଉଡ ଓ ଇନଫ୍ରା ସର୍ଭିସେସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିଲେ । ଗତ ୨୦୧୭ରେ ସେ କମ୍ପାନୀର ଡେପୁଟି ସିଓଓ ଭାବେ ଦାୟିତ୍ୱ ନେଇଥିଲେ । ମାତ୍ର ଗତବର୍ଷ ଶେଷକୁ ସେ ସିଓଓ ପଦରୁ ଓହରି ଯାଇଥିଲେ ।

୨୦ ବର୍ଷ ପୂର୍ବେ ଗତ ୨୦୦୨ ମସିହାରେ ରବି ଜଣେ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ ଭାବେ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରରେ କ୍ୟାରିୟର ଆରମ୍ଭ କରିଥିଲେ । ଇନଫୋସିସର କାର୍ଯ୍ୟକାଳ ମଧ୍ୟରେ ସେ ଇନସ୍ୟୁରାନ୍ସ, ହେଲଥକେୟାର, କାର୍ଡସ ଆଣ୍ଡ ପେମେଣ୍ଟ ୟୁନିଟ, ଓଭରସ ଇନଫୋସିସ ବିଜିନେସ ପ୍ରୋସେସ ମ୍ୟାନେଜମେଣ୍ଟର ଗ୍ରୁପ ହେଡ୍ ଭାବେ କାର୍ଯ୍ୟ କରିଥିଲେ । ଗତ ୨୦୧୬ରେ ସେ କମ୍ପାନୀର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ ।

Get real time updates directly on you device, subscribe now.