fbpx

Instagram Down ସାରା ଦେଶରେ ଇନଷ୍ଟାଗ୍ରାମ ସର୍ଭିସକୁ ନେଇ ଅଭିଯୋଗ: ୨୪ ଘଣ୍ଟାରେ Metaକୁ ଡବଲ ଝଟକା

Advertisement

ନୂଆଦିଲ୍ଲୀ: ମେଟା ୟୁନିଭର୍ସର ଫଟୋ ଏବଂ ଭିଡିଓ ସେୟାରିଙ୍ଗ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ସର୍ଭିସକୁ ନେଇ ଅସନ୍ତୋଷ ଜାହିର କରୁଛନ୍ତି ୟୁଜର । ୨୪ ଘଣ୍ଟା ଭିତରେ ‘ମେଟା’ର ଦୁଇଟି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସର୍ଭିସ ଡାଉନ ହୋଇଯାଇଛି । ପ୍ରଥମେ ମେସେଜିଂ ଆପ୍ ହ୍ୱାଟ୍ସଆପରେ ଏହି ସମସ୍ୟା ଦେଖା ଦେଇଥିବା ବେଳେ ଏବେ ଇନଷ୍ଟାଗ୍ରାମରେ ମଧ୍ୟ ସର୍ଭିସ ଡାଉନ ରହିଛି ।

ରିପୋର୍ଟ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ହ୍ୱାଟ୍ସଆପ ସର୍ଭିସ ଡାଉନ ରହିଥିବା ବେଳେ ଆଜି ସକାଳୁ ଏବଂ ମଧ୍ୟାହ୍ନରେ ଇନଷ୍ଟାଗ୍ରାମରେ ସମାନ ପରିସ୍ଥିତିର ସାମ୍ନା କରିଛନ୍ତି କୋଟି କୋଟି ୟୁଜର । ସାରା ଦୁନିଆରେ ଏହି ସମସ୍ୟାକୁ ନେଇ ପ୍ରଭାବ ପଡ଼ିଥିବା ଦେଖାଯାଇଛି । ତେବେ ହ୍ୱାଟ୍ସଆପ ଏବଂ ଇନଷ୍ଟାଗ୍ରାମ ବ୍ୟତୀତ ଟ୍ୱିଟରରେ ମଧ୍ୟ ଏହି ଅସୁବିଧା ପରିଲକ୍ଷିତ ହୋଇଥିବା ୟୁଜର କହିଛନ୍ତି । ଏହାପରେ ବର୍ତ୍ତମାନ ଭାଇରାଲ ହେଉଛି ହାସଟ୍ୟାଗ୍ । ଅନେକ ୟୁଜର ଏହି ହାସଟ୍ୟାଗକୁ ବ୍ୟବହାର କରି ସେମାନଙ୍କ ଇନଷ୍ଟାଗ୍ରାମ କାମ କରୁ ନଥିବା କହିଛନ୍ତି । ମଧ୍ୟାହ୍ନ ୧.୩୦ରେ ଏହି ସମସ୍ୟା ସୃଷ୍ଟି ହୋଇଥିଲା । ଏହାପରେ ଖୁବ କମ୍ ସମୟରେ ହିଁ ଏହି ରିପୋର୍ଟ ଗ୍ରାଫ ବୃଦ୍ଧି ପାଇଥିଲା ।

ଡାଉନ ଡିଟେକ୍ଟରରେ ଏହି ସମସ୍ୟାକୁ ନେଇ ଦେଶର ଅନେକ ଲୋକ ଅଭିଯୋଗ କରିଥିଲେ । ଏହାବ୍ୟତୀତ ୩୬ ପ୍ରତିଶତ ୟୁଜର୍ସଙ୍କ ସର୍ଭର କନେକ୍ସନ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡିଛି । ସେହିପରି ୨୨% ଲୋକ କହିଥିଲେ ଯେ, ସେମାନଙ୍କୁ ଲଗ୍ ଇନ୍ କରିବାରେ ମଧ୍ୟ ସମସ୍ୟା ଦେଖା ଦେଉଛି । ସୂଚନା ଅନୁସାରେ, ଗତ ଜୁଲାଇ ୧୧ ତାରିଖରେ ମେଟାର ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପର ସର୍ଭର ଡାଉନ୍ ହୋଇଥିଲା ।

Get real time updates directly on you device, subscribe now.