fbpx

Instagram Reels : ରିଲ୍ସ ହେଲା କାଳ, ୧୮ ବର୍ଷର ଯୁବକ କୁଅରେ ପଡି ମୃତ

Advertisement

ମହାରାଷ୍ଟ୍ର : ସାଧାରଣତଃ ଆଜିକାଲି ଯୁଗରେ ଇନଷ୍ଟାଗ୍ରାମ ବ୍ୟବହାର କରିବା ଅଭ୍ୟାସଗତ ଭାବେ ପରିଣତ ହୋଇଛି । ଛୋଟ ଛୁଆରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି । ଏଥିରେ ଫୋଟ ପୋଷ୍ଟ କରିବା ସହିତ ରିଲ୍ସ କାରିବାର ମଧ୍ୟ ସୁବିଧା ରହିଛି । କିନ୍ତୁ ମଣିଷ ରିଲ୍ସ କରିବାକୁ ଯାଇ ଅଜାଣତରେ ନିଜ ଜୀବନକୁ ହରାଇ ବସୁଛନ୍ତି । ସେହିପରି ଏକ ଅଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ଜଣେ ବାଳକ ରିଲ୍ସ କରୁଥିବା ବେଳେ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ମହାରାଷ୍ଟ୍ର ଡୋବିବଲିର ଠାକୁରଲୀ ଅଞ୍ଚଳର ଜଣେ ବାଳକ ଦୁଇ ଜଣ ସାଙ୍ଗ ସହିତ ରିଲ୍ସ ଭିଡ଼ିଓ କରିବା ଲାଗି ଯାଇଥିଲେ । ରିଲ୍ସ ତିଆରି କରିବା ସମୟରେ ,ସେଠାରେ ଥିବା କୂଅ ଭିତରେ ପଡ଼ିଯାଇଥିଲେ ୧୮ ବର୍ଷର ବାଳକ ବିଲାଲ । ପରବର୍ତ୍ତୀ ସମୟରେ ଦୁଇ ସାଙ୍ଗ ବିଲାଲକୁ ସେହି କୂଅରୁ ବାହାର କରିବା ଲାଗି ଉଦ୍ଧାରକାରୀ ଦଳଙ୍କୁ ଖବର ଦେଇଥିଲେ । ସୁରକ୍ଷା କର୍ମୀ ପୋଲିସ ସହ ଘଟଣାସ୍ଥଳରେ ପହଁଚିଥିଲେ ।

ପ୍ରାୟ ୩୨ ଘଣ୍ଟା ପରେ ୧୮ ବର୍ଷ ଯୁବକଙ୍କୁ କୂଅରୁ ଖୋଜି ବାହାର କରାଯାଇଥିଲା% ବିଲାଲ ସ୍ଥାନୀୟ ଅଞ୍ଚଳରେ ରିଲ୍ସ ପାଇଁ ଲୋକପ୍ରିୟ ଥିଲେ । ତାଙ୍କର ଏହି ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

Get real time updates directly on you device, subscribe now.