fbpx
BJD SKY
BJD SKY

ଚାକିରି ହରାଇବେ ୨୨ ହଜାର କମର୍ଚାରୀ! Intel ଦେବ ଜବରଦସ୍ତ ଝଟକା

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଶ୍ୱର ଅଧିକାଂଶ ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଆଗକୁ ଘୋର ଆର୍ଥିକ ମାନ୍ଦାବସ୍ଥା ଆସିବାର ପୂର୍ବାନୁମାନ କରାଯାଉଛି । ତେଣୁ ପରିସ୍ଥିତି ଅସହ୍ୟ ହେବାରୁ କିଛି କମ୍ପାନୀ ସେମାନଙ୍କର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି । ତେବେ ଏହା ମଧ୍ୟରେ ସେମିକଣ୍ଡକ୍ଟର ଚିପ୍ ନିର୍ମାଣ କରୁଥିବା ଏକ ବଡ଼ କମ୍ପାନୀ ତା’ର କମ୍ପାନୀଙ୍କୁ ଝଟକା ଦେବାକୁ ଯାଉଛି । କମ୍ପାନୀ ୨୦ ପ୍ରତିଶତ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ପ୍ଲାନିଂ କରୁଥିବା ଜଣାପଡ଼ିଛି ।

ଏକ ରିପୋର୍ଟ ମୁତାବକ, ଇଣ୍ଟେଲ କମ୍ପାନୀ ଆର୍ଥିକ ସଙ୍କଟ କାରଣରୁ ହଜାର ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ହଟାଇପାରେ । ଗତ ଜୁଲାଇ ସୁଦ୍ଧା କମ୍ପାନୀରେ ମୋଟ ୧,୧୩,୭୦୦ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ । କରୋନା ସମୟରେ କମ୍ପାନୀର ବିକ୍ରିରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଥିଲା । ମାତ୍ର ବର୍ତ୍ତମାନ ମହଙ୍ଗା ମାଡ଼ ଉଚ୍ଚସ୍ତରରେ ପହଞ୍ଚିବା ସହ ସ୍କୁଲ, କଲେଜ ଖୋଲିବା କାରଣରୁ କମ୍ପ୍ୟୁଟର ବିକ୍ରିରେ ହ୍ରାସ ପରିଲକ୍ଷିତ ହୋଇଛି । ଯଦି କମ୍ପାନୀ ୨୦ ପ୍ରତିଶତ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରେ ତେବେ ୨୨ ହଜାରୁ ଅଧିକ ଲୋକ ଏହାର ଶିକାର ହେବେ ।

କମ୍ପ୍ୟୁଟର କ୍ଷେତ୍ରର ବୃହତ ମାର୍କେଟ ଚୀନରେ କରୋନା ପାଇଁ କଟକଣା ଲାଗିବା, ୟୁକ୍ରେନ-ରୁଷ ମଧ୍ୟରେ ଦୀର୍ଘ ସମୟ ଧରି ଯୁଦ୍ଧ ଲାଗି ରହିବା କାରଣରୁ ସପ୍ଲାଇ ଚେନ ବାଧାପ୍ରାପ୍ତ ହୋଇଛି । ଏଥିସହିତ ଏହାର ଚାହିଦା ଉପରେ ମଧ୍ୟ କୁପ୍ରଭାବ ପଡ଼ୁଛି । ଏନେଇ ଇଣ୍ଟେଲ ସିଇଓ ପ୍ୟାଟ ଗେଲସିଙ୍ଗର କର୍ମଚାରୀଙ୍କ ପାଇଁ ଏକ ମେମୋ ଜାରି କରିଛନ୍ତି । ଏହା ପୂର୍ବରୁ ଆଲିବାବା, ୱାଲମାର୍ଟ ଓ ଏଚସିଏଲ ପରି ବଡ଼ ବଡ଼ କମ୍ପାନୀରେ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।

Get real time updates directly on you device, subscribe now.