fbpx
BSKY
BJD MC SKY
BJD YOUTH SKY

ମୁଦାସ୍ଫୀତିକୁ ନିୟନ୍ତ୍ରଣ ପାଇଁ ବୃଦ୍ଧି କରାଯାଉଛି ସୁଧହାର, ୨୦୨୩ରେ ମନ୍ଥର ରହିବ ବିଶ୍ୱ ଅର୍ଥନୀତି: CEBR

ନୂଆଦିଲ୍ଲୀ: ମୁଦାସ୍ଫୀତିକୁ ନିୟନ୍ତ୍ରଣ କରିବା ଲାଗି ସୁଧହାର ବୃଦ୍ଧି କରାଯାଉଥିବାରୁ ବିଶ୍ୱ ଅର୍ଥନୀତି ୨୦୨୩ରେ ମନ୍ଥର ରହିବ ବୋଲି ବ୍ରିଟିଶ ଭିତ୍ତିକ Centre for Economics and Business Research-CEBR କହିଛି । ଏହାର ବାର୍ଷିକ ରିପୋର୍ଟ ୱାଲ୍ଡ ଇକୋନୋମିକ ଲିଗ୍‍ ଟେବଲ୍‍ କହିଛି, ୨୦୨୨ରେ ପ୍ରଥମ ଥର ପାଇଁ ବିଶ୍ୱ ଅର୍ଥନୀତି ଶହେ ଲକ୍ଷ କୋଟି ଡଲାରକୁ ଅତିକ୍ରମ କରିଯାଇଛି । କିନ୍ତୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ସୁଧହାର ବୃଦ୍ଧି କରାଯାଉଥିବାରୁ ୨୦୨୩ରେ ଏହା ମନ୍ଥର ରହିବ । ୨୦୨୩ରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆଣିବେ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି ।

ରିପୋର୍ଟରେ କୁହାଯାଇଛି, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣାଧୀନ କରିବାକୁ ହେଲେ ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ରହିବ । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ରିପୋର୍ଟ ତୁଳନାରେ ଏହି ରିପୋର୍ଟ ଅଧିକ ମାତ୍ରାରେ ନକାରାତ୍ମକ ରହିଛି । ୨୦୩୭ ସୁଦ୍ଧା ବିଶ୍ୱର GDP ଦ୍ୱିଗୁଣିତ ହେବାର ଏହା ପୂର୍ବାନୁମାନ କରିଛି । ୨୦୩୭ ସୁଦ୍ଧା ବିଶ୍ୱ GDP ର ଏକ ତୃତୀୟାଂଶ ପୂର୍ବ ଏସୀୟ ରାଷ୍ଟ୍ର ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଅଧିକାର କରିବ । ୟୁରୋପର ଅଂଶ ଏକ ପଞ୍ଚମାଂଶକୁ ହ୍ରାସ ପାଇବ ।

Get real time updates directly on you device, subscribe now.